ସୋସାଲ ମିଡିଆରେ ଭାଇରାଲ ହେଉଛି ‘ବଟଲ କ୍ୟାପ୍ ଚାଲେଞ୍ଜ’, ଧୁମ ମଜା ନେଉଛି ବଲିଉଡ୍
6/07/2019 at 10:00 PM

ସୋସାଲ ମିଡିଆରେ ବିଭିନ୍ନ ଚାଲେଞ୍ଜ ସମୟ ସମୟରେ ବେଶ ରୋଚକ ରହିଛି। ତେବେ କେବେ କେବେ ଏହି ଚାଲେଞ୍ଜ ପ୍ରତି ଲୋକଙ୍କ ଆକର୍ଷଣ ଏତେ ବୃଦ୍ଧି ପାଉଛି ଯେ ଶେଷରେ ଆଇନ ଦ୍ୱାରା ଏହାକୁ ପ୍ରତିବନ୍ଧିତ କରିବାକୁ ପଡୁଛି। ନିକଟରେ ବନ୍ଦ ହୋଇଥିବା ଏମିତି ଏକ ଚାଲେଞ୍ଜ ଥିଲା ‘କିକି ଚାଲେଞ୍ଜ’। ଏଥି ଯୋଗୁ ଅନେକ ଲୋକ ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହେଲେ। ତେବେ ଏବେ ସୋସାଲ ମିଡିଆରେ ପୁଣି ଭାଇରାଲ ହେଉଛି ଆଉ ଏକ ଚାଲେଞ୍ଜ। ତାହା ହେଉଛି ବଟଲ କ୍ୟାପ୍ ଚାଲେଞ୍ଜ। ଯାହାର ମଜା ଏବେ ବଲିଉଡ୍ ଷ୍ଟାରମାନେ ବି ନେଉଛନ୍ତି।

ଏହି ଚାଲେଞ୍ଜରେ କିକ୍ ମାରି ବୋତରୁ ଠିପି ଉଡେଇବାରେ ଅଛି। ତେବେ ସିଧାଶଳଖ କେହିବିତ ବୋତଲରୁ ଠିପି ଖସେଇ ଦେଇ ପାରେ ହେଲେ ଏଥିରେ ରିଭର୍ସ କିକ୍ ରେ ବୋତର ଠିପି ବାହାରିବା ଦରକାର। ଏଭଳି ଚାଲେଞ୍ଜକୁ ବଲିଉଡ୍ ଏବେ ବେଶ୍ ଆଗ୍ରହର ସହ ଗ୍ରହଣ କରିଛି। କଳାକାର ମାନେ ବୋତଲରୁ ଠିପି ଖସେଇ ଏହାର ଭିଡିଓ ଏବେ ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯାହାକୁ ଦେଖି ସାଧାରଣ ଲୋକେ ବି ଏହିଚାଲେଞ୍ଜକୁ ଆକସେପ୍ଟ କରିବା ସହ ନିଜର ଦକ୍ଷତାକୁ ବି ସୋସାଲ ମିଡିଆରେ ପୋଷ୍ଟ କଲେଣି।
ସୋସାଲ ମିଡିଡିଆରେ ଏହି ଚାଲେଞ୍ଜକୁ ଆରମ୍ଭ କରିଥିଲେ କାଜାକୀ ତାଇକଣ୍ଡୋ ଚାମ୍ପିୟନ ଫରାବୀ ଦବଲଚୀନ। ସେ ଏହି ଚାଲେଞ୍ଜକୁ ଫରାବୀ କିକ୍ ଚାଲେଞ୍ଜ ନାମରେ ନାମିତ କରିଥିଲେ। ହେଲେ ସୋସାଲ ମିଡିଆରେ ଏହାର ନାମ ବଦଳିଯାଇ ଏବେ ବଟଲ କ୍ୟାପ୍ ଚାଲେଞ୍ଜ ଭାବେ ବେଶ୍ ଆଦୃତ ହୋଇଛି। ଯାହାକୁ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ଟାଇଗର ସରାଫ ଓ ନାୟିକା ସେର୍ଲିନ ଚୋପ୍ରା ଆକସେପ୍ଟ କରିବା ସହ ଏହାର ଭିଡିଓ ସୋସାଲ ମିଡିଆରେ ଅପଲୋଡ କରିଥିବା ଦେଖାଯାଇଛି।