କରୋନାକୁ ଅଟକାଇବ ସମାଜିକ ଦୂରତା, ମୂଳପୋଛ କରିବ ସାମାଜିକ ଦାୟିତ୍ଵ

Published By : Prameya-News7 Bureau | March 28, 2020 IST

ଭୁବନେଶ୍ୱର ( ସୁବ୍ରତ ଜେନା ): ସଫଳ ହେବେ ସରକାର? ସଫଳ ହେବ ପ୍ରଶାସନ? ପ୍ରତି ଘରୁ ଓ ପ୍ରତି ପଞ୍ଚାୟତ ରୁ ଆରମ୍ଭ ନ ହେଲେ କରୋନା ସହିତ ମହା ମୁକାବିଲାରେ ହାରି ଯିବନି ତ ଜୀବନ  ? କାହିଁକି ଆମର ଏ ଆଶଙ୍କା  ? ତାହାର ଏକ ସଂକ୍ଷିପ୍ତ ଆଲୋଚନା।

ରାଜ୍ୟରେ ୩ୟ ରୋଗୀ ଚିହ୍ନଟ ହେବା ପରେ ସାମାଜିକ ସଂକ୍ରମଣ ର ଆଶଙ୍କା ବଢିଛି। କୁହା ଯାଉଛି, କରୋନା ଏବେ  ଥାର୍ଡ ଷ୍ଟେଜରେ। ଦେଶବାପୀ ଲକ୍ ଡାଉନ୍। ସାମାଜିକ ଦୂରତା ଓ ସାମାଜିକ ସଚେତନତା ସତ୍ତ୍ୱେ କରୋନା ସଂକ୍ରାମକଙ୍କ ସଂଖ୍ଯା ବୃଦ୍ଧି  ଆଗାମୀ ଦିନରେ ଏହାର ଭୟା ବହତା ଜନୀତ ଆଶଙ୍କାକୁ ବଢାଇଦେଇଛି ।

ଓଡିଶାରେ  ସାମାଜିକ ସଂକ୍ରମଣର ବିପଦ ଆଶଙ୍କା ବଢିଛି। ଶନିବାର ସୁଦ୍ଧା ୨୫୬ ଟି ନମୁନା ପରୀକ୍ଷା ହୋଇଥିଲା।ସେଥିରୁ ୨୫୩ ନେଗେଟିଭ୍ । ଚିହ୍ନଟ ହୋଇଛନ୍ତି ୩ ଜଣ ରୋଗୀ। କରୋନା ମୁକାବିଲା ର ନେତୃତ୍ବ ସରକାର ଙ୍କ ହାତରେ। କେନ୍ଦ୍ର ସରକାର ଏ ରାଜ୍ଯ ସରକାର ଏହାର ଦାୟିତ୍ୱ ଆକ୍ରମଣାତ୍ମକ ଭାବେ ତୁଲାଇବାକୁ ତତ୍ପର। ଏ ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଓ ରାଜ୍ୟ ସରକାର ୨୨୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଲାଗି ସହାୟତାର ପ୍ରତିଶୃତି ରଖିଥିବା ବେଳେ  ଗରିବଙ୍କୁ ଖାଦ୍ୟ ଏବଂ ରାସ୍ତା କଡର ଉଟାଦୋକାନୀଙ୍କ ଲାଗି ଆର୍ଥିକ ସହାୟତା ବି ଘୋଷଣା କରିଛନ୍ତି । ବଡ଼ କଥାଟି ହେଲା ଆମ ସ୍ବାସ୍ତ୍ୟ ସେବା ଭିଶେ, କରି କରୋନା ଚିକିତ୍ସା ପାଇଁ ବି ରାଜ୍ୟସରକାର ନେଇଛନ୍ତି ପଦକ୍ଷେପ । ଦେଶର ଅନେୟତମ ବୃହତ୍ତ କୋଭିଡ୍‌ ୧୯ ଚିକିତ୍ସାର ଡାକ୍ତରଖାନା ପ୍ରତିଷ୍ଠା ହେଉଛି ଓଡ଼ିଶାରେ । ସେଥିରେ ୧୦୦୦ ଶଯ୍ୟା ।

ଏସବୁ ଭିତରେ କିନ୍ତୁ ଲକ୍ ଡାଉନ୍ ରେ ଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତା ଯେତିକି ଲୋଡା, ସେତିକି ଆବଶ୍ଯକ କରୋନା ସଂକ୍ରାମକ ଚକ୍ରକୁ ରୋକିବା।ଭାରତର ସ୍ବାସ୍ଥ୍ଯ ବ୍ଯବସ୍ଥା ଦର୍ଶାଉଛି - ଜନସଂଖ୍ୟା ଅନୁପାତରେ ଲକ୍ଷେ ଲୋକଙ୍କ ପାଇଁ ୭୦ ଶଯ୍ୟା ଉପଲବ୍ଧ। ଯଦି ସଂକ୍ରମଣ ପ୍ରଖର ହୁଏ ଲୋଡା ହେବ ଆହୁରି ୨୦୦ ଶଯ୍ୟା। ଏହା ଆସିବ କୋଉଠୁ  ? ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି ତ  ? ଏପରି ପ୍ରଶ୍ନ ସ୍ବାଭାବିକ ।

 ସରକାରୀ ଓ ବେସରକାରୀ ସଂସ୍ଥା ଅଧିନରେ ଥିବା ହସପିଟାଲ ର ଭିତ୍ତିଭୂମି ସଜାଡିବା ଆବଶ୍ଯକ। ଗ୍ରାମାଞ୍ଚଳ ରେ ଥିବା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଗୁଡିକରେ କିଭଳି ଆଇସୋଲେସନ ୱାର୍ଡ ପ୍ରସ୍ତୁତ ହେଇ ଚିକିତ୍ସା କର୍ମୀଙ୍କୁ ସକ୍ରିୟ ନିଯୋଜନ କରାଯାଇ ପାରିବ ତାହାର କ୍ଷେତ୍ର ପ୍ରସ୍ତୁତ ହେବା ଆବଶ୍ୟକ।

ଦେଶ ହେଉ କି ରାଜ୍ଯ। ଆର୍ଥିକ ସମସ୍ୟ ହେଉ କି ସ୍ବାସ୍ଥ୍ଯ ଗତ ସମସ୍ୟା। ସବୁ ସମସ୍ୟା ର କେନ୍ଦ୍ରସ୍ଥଳ ହେଉଛି ଗ୍ରାମାଞ୍ଚଳ। ତେଣୁ କରୋନା ସହିତ ଲମ୍ବା ଲଢେଇରେ ଗ୍ରାମାଞ୍ଚଳର ସଚେତନତା ଓ ସ୍ବାସ୍ଥ୍ଯ ସେବା ଭିତ୍ତିଭୂମି ପ୍ରତି ସ୍ବତନ୍ତ୍ର ଦ୍ରୁଷ୍ଟି ଦେବା ଆବଶ୍ଯକ।  ସେଥିପାଇଁ ପ୍ରତି ଘରୁ ମା ଓ ଗ୍ରାମରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ସକ୍ରିୟ ଅଛନ୍ତି କି  ? ପରିବାରକୁ ସଚେତନ କରିବାକୁ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି “ବାଲ୍‌ ସେନା “ ଙ୍କୁ ଦେଇଥିବା ଗୁରୁତ୍ବ କେତେ ଫଳବତୀ ହେଉଛି ?  ସଚେତନତା ସହ, ଆଇନଶୃଙ୍ଖଳା , ସୁରକ୍ଷା ଆଦି ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ।  ଗ୍ରାମ ପଞ୍ଚାୟତ ହେଉ ଅବା ବ୍ଲକ, ଜିଲ୍ଲା  ଜନସାଧାରଣଙ୍କ ତୁଳନାରେ ପ୍ରଶାସନ କର୍ମଚାରୀ, ପୋଲିସ ଙ୍କ ସଂଖ୍ଯା ର ଅନୁପାତ ଦୃଷ୍ଟିରୁ ଜନତାଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପଡିବ। କରୋନା ସହିତ ମହା ଲଢେଇ କରିବାକୁ ହେଲେ ଗ୍ରାମପଞ୍ଚାୟତରେ କ୍ଷମତା କେନ୍ଦ୍ରିଭୁକ୍ତ କରି ସରପଞ୍ଚଙ୍କ ନେତୃତ୍ବରେ  ମହିଳା ସ୍ବୟଂ ସହାୟୀକା ଗୋଷ୍ଠୀଙ୍କୁ ସକ୍ରିୟ କରିବାକୁ ପଡିବ। କାରଣ ଭୋକିଲା ଓ ଗରିବଙ୍କୁ ଖାଦ୍ୟ ଏବଂ ସହାୟତାର ଗୁରୁଦାୟିତ୍ବ  ସେମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି ସରକାର ।ସମସ୍ୟା ସମାଧାନର ସୂତ୍ରଧର ସେମାନେ । ଆହୁରି ବି  ଭାଇଚାରା ସମ୍ପର୍କ ଅନେକ ଜନପ୍ରତିନିଧିଙ୍କୁ ପ୍ରତିନିଧିତ୍ବର ସୁଯୋଗ ଦେଇଛି। କରୋନା ସହିତ ମହାମୁକାବିଲା କରିବା ସମୟରେ ଏହାର ଗାରିମା ସହିତ ଦୃଷ୍ଟି ନ ଦେଲେ ଦେଶରେ  ଗଣତନ୍ତ୍ର ପ୍ରତି ବି ବିପଦ ସୃଷ୍ଟି ହୋଇପାରେ।

ପ୍ରତି ଘରୁ ସଚେତନତା ସ୍ରୁଷ୍ଟି କରିବା, ହିତାଧିକାରୀଙ୍କୁ ସରକାରଙ୍କ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସାହାଯ୍ୟ କରିବା, ନିତ୍ଯ ବ୍ଯବହାର୍ଯ୍ୟ ସାମଗ୍ରୀ କିଣାବିକା ସମୟରେ ସାମାଜିକ ଦୂରତା ରକ୍ଷା କରିବା, ଖାଉଟି ବଜାରରେ ଦରଦାମ୍ ନିୟନ୍ତ୍ରଣ କରିବା ପରି ଭୂମିକା ମଧ୍ୟ ସେମାନେ ନିର୍ବାହ କରିବା ଆବଶ୍ଯକ। ଆଶ୍ବସନାର ବିଷୟ। କରୋନା ସହିତ ଲମ୍ବା ଲଢେଇ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ବୋଲି କୁହା ଯାଉଛି। ଆସନ୍ତା ୩୦ ତାରିଖରେ ବିଧାନ ସଭା ବୈଠକ ବସି ପାରିତ ହେବାକୁ ଯାଉଛି ବ୍ୟୟ ମଂଜୁରୀ ବିଲ୍। କେନ୍ଦ୍ର ଓ ରାଜ୍ୟ ସରକାଙ୍କ ଆର୍ଥିକ ପ୍ୟାକେଜ୍ । ଆନ୍ତର୍ଜାତୀୟ ସହଯୋଗର ବି ଆଶା ବଢିଛି । କିନ୍ତୁ ଗୋଟିଏ କଥା, କରୋନା ସହିତ ମହାମୁକାବିଲା ପାଇଁ ଗ୍ରାମାଞ୍ଚଳ ନେତୃତ୍ବ ପ୍ରତି ଯଦି ସ୍ବତନ୍ତ୍ର ଦ୍ରୁଷ୍ଟି ଦିଆ ନ ଯାଏ ଏବଂ ଗ୍ରାମାଞ୍ଚଳ ଓ ପୌରାଞ୍ଚଳ କ୍ଷେତ୍ର ସହିତ ପ୍ରଶାସନ ସିଧା ସଳଖ ଯୋଡି ହେଇ କାର୍ଯ୍ୟ ନ କରେ ତେବେ ପରାଜୟର ଆଶଙ୍କା ବେଶି ।  ତେବେ ଯାହାବି ହେଉ ଲକ୍‌ଡାଉନ୍‌ରେ ସମସ୍ୟା କାହା ମନରେ କିଛି କିଛି କଷ୍ଟ ଦେଉଥାଇପାରେ , କିନ୍ତୁ ସମସ୍ତେ ଯେ, କରୋନା ନକ୍‌ଡାଉନ ଚାହାନ୍ତି, ତାହା ନିସନ୍ଦେବ ଏବଂ ନିଶ୍ଚିତ ।ଆଉ ସମସ୍ତେ ସାମାଜିକ ଦାୟିତ୍ୱ ତୁଲାଇଲେ କରୋନା ନକଡାଉନ ତ ହେବ , ପୁରା ମୂଳପୋଛ ବି ହୋଇଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.