ନୂଆଦିଲ୍ଲୀ ୨୦/୧୦: ଆଜିକାଲି ଇଣ୍ଡିଆନ୍ ଓରଗାନିକ୍ ଫେଷ୍ଟିଭାଲରେ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥିବା ସାବୁନ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକୃତରେ ଲେଜର ଭ୍ୟାଲିରେ ଆୟୋଜିତ ତ୍ରିଦିବସୀୟ ଉମ୍ୟାନ୍ ଅଫ ଇଣ୍ଡିଆ ଓର୍ଗାନିକ୍ ଫେଷ୍ଟିଭାଲକୁ ଗତ ସୋମବାର ସମାପନ କରାଯାଇଛି। ଫେଷ୍ଟିଭାଲର ଶେଷ ଦିନ କେନ୍ଦ୍ର ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ମେଳାରେ ପହଞ୍ଚିଥିଲେ। ଏହି ମେଳାରେ ଗଧ କ୍ଷୀରରେ ପ୍ରସ୍ତୁତ ହୋଇଥିବା ସାବୁନ ଦେଖି ମେନକା ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଥିଲେ।
{"id":172221}ଦିଲ୍ଲୀରୁ ଆସିଥିବା ପୂଜା ନାମ୍ନୀ ଜଣେ ଯୁବତୀ ଗଧ କ୍ଷୀରରୁ ସାବୁନ ପ୍ରସ୍ତୁତ କରନ୍ତି। ସେ କହିଥିଲେ ଯେ ଏହି ସାବୁନ ୫ପ୍ରକାରର ତେଲ ଏବଂ ଗଧର କ୍ଷୀରରୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପୂଜା ଗଧ ପାଳନ କରୁଥିବା ଚାଷୀଙ୍କ ସହ ଯୋଗାଯୋଗ କରିଥାଆନ୍ତି ଏବଂ ତାଙ୍କଠୁ କ୍ଷୀର କିଣିଥାଆନ୍ତି। ଫଳରେ ଚାଷୀଙ୍କର ଆୟ ବୃଦ୍ଧି ହୋଇଥାଏ। ଏହି ମେଳାର ଆୟୋଜନ ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟ କରୁଛି। ବିଦେଶରେ ଏହି ସାବୁନର ଖୁବ୍ ଚାହିଦା ରହିଛି।
{"id":172222}