ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ଉଦଯାପିତ :ଭାଗ ନେଲେ ୫୩ ଟି ଦେଶର ୮୦୦ ପ୍ରତିନିଧି

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ଆଜି ହୋଇଯାଇଛି ଉଦଯାପିତ ।  ‘ଏକ ବିଂଶ ଶତାବ୍ଦୀ ମହିଳା ପ୍ରସଙ୍ଗ : ବିଶ୍ବ ଗଠନରେ ଭୂମିକା ’ ବିଷୟ ବସ୍ତୁ ଉପରେ ଆଜି ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନକ୍ର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଆଜି ଯେହେତୁ ଜାତୀୟ ଯୁବ ଦିବସ । ତାକୁ ନେଇ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ର ତଥା ଯୁବ ପ୍ରତିନିଧି ସ୍ବାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

{"id":73215}

ବସୁଧୈବ କୁଟୁମ୍ବକମ । ଭିନ୍ନତାରେ ଏକତା । ବିଶ୍ବବାସୀଙ୍କୁ ଏଭଳି କିଛି ଅଭିନବ ବର୍ତା ଦେଇଥିଲେ ମହାନ ସନ୍ଥ  ବିବେକାନ୍ଦ । ଯାହାଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜିର ଏହି ଦିନଟିକୁ ଯୁବ ଦିବସଭାବେ ପାଳନ ପାଳନ କରାଯାଇଛି । ଏପରି ସମୟରେ ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଦୁଇ ଦିନ ଧରି ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଉ ଆଜି ଥିଲା ତାର ଉଦଯାପନୀ ଦିବସ । ଏହି ଅବସରରେ ଦେଶ ତଥା ଦେଶ ବହାରୁ ଯୋଗ ଦେଇଥିବା ଯୁବ ପ୍ରତିନିଧିମାନେ ସୋଆ କ୍ୟାମ୍ପସ ପରିସରରେ ସ୍ବାମୀ ବିବେକାନନ୍ଦଙ୍କୁ ମନେ ପାକଇ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ‘ଏକ ବିଂଶ ଶତାବ୍ଦି ମହିଳା ପ୍ରସଙ୍ଗ : ବିଶ୍ବ ଗଠନରେ ଭୂମିକା ’ ବିଷୟ ବସ୍ତୁ ଉପରେ ଆଜି ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନକ୍ର ଅନୁଷ୍ଠିତ ହୋଇଥିଲା । ସ୍ବାମୀ ବିବେକାନନ୍ଦଙ୍କ ମଧ୍ୟ ମହିଳା ଶିକ୍ଷା ତଥା ସେମାନଙ୍କ ବିକାଶରେ ଉପରେ ଗରୁତ୍ବ ଦେଉଥିଲେ ବୋଲି ଯୁବ ପ୍ରତିନିଧିମାନେ କହିଛନ୍ତି ।

{"id":73216}

ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀର ଆଜି ଥିଲା ଦ୍ବତୀୟ ଦିନ । ଏହି ଅବସରରେ ମୁଖ୍ୟତଃ ନାରୀ ଶିକ୍ଷା, ନାରୀ କାର୍ଯ୍ୟ କରୁଥିବା କର୍ମସ୍ଥଳ ଓ ନାରୀ ନେତୃତ୍ବ ଉପରେ ବିଷଦଭାବେ ଆଲୋଚନା ହୋଇଥିଲା । ତିନୋଟି ପର୍ଯ୍ୟାୟରେ ଯୁବ ପ୍ରତିନିଧିମାନେ ମହିଳାଙ୍କ ସାଗ୍ରିକ ବିକାଶ କିପରି ହେବ ସେ ନେଇ ମତ ରଖିଥିଲେ । ଆଜି ମୁଖ୍ୟତଃ କିଛି ଦେଶର ଯୁବ ପ୍ରତିନିଧି ଏକ ବିଂ ଶତାବ୍ଦିରେ ମହିଳାଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

{"id":73217}

ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ଆଜି ହୋଇଯାଇଛି ଉଦଯାପିତ । କାର୍ଯ୍ୟକ୍ରମରେ ୫୩ ଟି ଦେଶର ୮୦୦ ପ୍ରତିନିଧି ଭାଗ ନେଇଥିଲେ ।

{"id":73218}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.