Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଫିଲିପ୍ସ ଏଜୁକେସନ୍ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

14/03/2023 at 11:11 PM

ଭୁବନେଶ୍ୱର ୧୪/୦୩: ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇରେ ଥିବା ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି।

ଶନିବାର ଦିନ ସ୍ୱାକ୍ଷରିତ ବୁଝାମଣା ଅନୁସାରେ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ ଏହାର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ଦେବା ସହିତ ପ୍ରତ୍ୟେକ ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ।ଏହି ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହ କର୍ମଶାଳା ଏବଂ ସେମିନାର ମଧ୍ୟ ଆୟୋଜନ ହେବ। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେସନ୍‌ର ମୁଖ୍ୟ, ସେଲ୍ସ ଷ୍ଟ୍ରାଟେଜୀ କମଲ ବାତ୍ରା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରଛନ୍ତି।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍‌. ଥାଟୋଇ, ଟ୍ରେନିଂ ଓ ପ୍ଲେସ୍‌ମେଂଟର ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପମେଣ୍ଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ କୁମାର ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଜୟଦେବ ବଳ, ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ତ୍ରିପାଠୀ, ଫିଲିପ୍ସ ଏଜୁକେସନ୍‌ର ମ୍ୟାନେଜର ସେଲ୍ସ ଶ୍ରୀ ପ୍ରସାଦ ଅଟି ଏବଂ ପିନାକୋର ମ୍ୟାନେଜର (ମାର୍କେଟିଂ) ଶ୍ରୀ ଏମ୍‌. ମଥାନ୍ ପ୍ରମୁଖ ଉପସ୍ଥିତ ଥିଲେ।

   Related Posts