ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଅଶୋକ ମହାପାତ୍ର, ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷତାର ଶିଖରକୁ ନେବାକୁ ଲୋଡିଲେ ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କ ସହଯୋଗ

Published By : Prameya-News7 Bureau | March 09, 2020 IST

ଭୁବନେଶ୍ୱର, ୦୯|୦୩:    ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ  ଗ୍ରହଣ କଲେ ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ ମହାପାତ୍ର। ନୂତନ ଦାୟିତ୍ୱ ଗ୍ରହଣ ଅବସରରେ ପ୍ରଫେସର ଅଶୋକ ମହାପାତ୍ର ସୋଆ(ଡିମଡ୍ ଟୁ ବି) ବିଶ୍ୱବିଦ୍ୟାଳୟକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲାଗି ସମସ୍ତ ଛାତ୍ରଚାତ୍ରୀ ଓ ଅଧ୍ୟାପକଙ୍କ ସହଯୋଗ ଲୋଡିଛନ୍ତି।

ସୋମବାର ଦାୟିତ୍ୱ ଗ୍ରହଣ ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଏନଆଇଆରଏଫ ମାନ୍ୟତାରେ ସୋଆ ବିଶ୍ୱବିଦ୍ୟାଳୟ ସ୍ଥାନ ବେଶ ଉଚ୍ଚରେ ରହିଛି। ଏହା ଜାତୀୟ ସ୍ଥରରେ ୨୪ତମ ସ୍ଥାନରେ ରହିଛି ଏବଂ ଯଦି ଆମେ ଏକାଠି ନିଷ୍ଠା ଓ ନିସ୍ୱାର୍ଥପରତାର ସହ କାର୍ଯ୍ୟ କରିବୁ ତେବେ ବିଶ୍ୱ ବିଦ୍ୟାଳୟ ଆହୁରି ଶିଖରକୁ ଯିବ। ପୂର୍ବରୁ ସେ ମେଡିକାଲ ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବେ ସୋଆ ବିଶ୍ୱବିଦ୍ୟାଳୟର  ଏକ ଅଂଶବିଶେଷ ଥିଲେ ଏବଂ ଏବେ କୁଳପତି ଭାବେ ସେ ତାଙ୍କ କାର୍ଯ୍ୟ ଅଧିକ ନିଷ୍ଠା ଓ ସୂଚାର ରୂପେ ତୁଲାଇବେ ବୋଲି ନିଶ୍ଚିତ ଆଶା ରଖିଛନ୍ତି।

{"id":235611,"width":752,"height":429,"sizeSlug":"large"}

ଗତ ଗୁରୁବାର ଦିନ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସ ଓ ସମ ହସ୍ପିଟାଲରେ  ଓଡିଶାରେ ପ୍ରଥମ ଲାଇଭ୍ ଡୋନର ଲିଭର ପ୍ରତ୍ୟାରୋପଣ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସ ଓ ସମ ହସ୍ପିଟାଲ ଏପରି ଅନେକ ସଫଳତାର ଅଧିକାରୀ। ଏହି ଡାକ୍ତରଖାନାରେ ମଧ୍ୟ ରାଜ୍ୟର ପ୍ରଥମ  ହାଡ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର(ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟେସନ) କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି, ରାଜ୍ୟ ବାହାରେ ଯକୃତ ପତ୍ୟାରୋପଣ ପାଇଁ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ ହସ୍ପିଟାଲରେ ଏହି ବାବଦ ଖର୍ଚ୍ଚ  ୧୦ ଲକ୍ଷ ଟଙ୍କାରୁ କମ। ଏହାସହ ସମ ହସ୍ପିଟାଲରେ କମ ଖର୍ଚ୍ଚରେ ସଫଳତାର ସହ 6ଟି ଡିଏମଟି କରାଯାଇଛି।

{"id":235612,"width":750,"height":409,"sizeSlug":"large"}

ଦାୟିତ୍ୱ ଗ୍ରହଣ ପରେ ବିଶ୍ୱବଦ୍ୟାଳୟର ରେଜିଷ୍ଟ୍ରାର, ଡିନ୍, ନିର୍ଦ୍ଦେଶକ ସମୁହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, ଆମ ସମସ୍ତେ ଖୁସିରେ ବଞ୍ଚିବା ଏବଂ ଅନ୍ୟମାନଙ୍କ ଜୀବନକୁ ଖୁସିରେ ଭରିବା ଦରକାର। ଏହା ସମସ୍ତଙ୍କ ଜୀବନର ଲକ୍ଷ୍ୟ ହେବା ଉଚିତ ଓ ତାହା ହିଁ ଆମ ରାଜ୍ୟକୁ ଅଧିକ ସମୃଦ୍ଧିଶାଳୀ କରିପାରିବ   ।

{"id":235613,"width":762,"height":438,"sizeSlug":"large"}

 ରାଜ୍ୟରେ କୋଭିଡ-୧୯ର ପ୍ରଭାବକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି , ସାଧାରଣରେ ସଚେତନତା ଓ ସତର୍କତା ହିଁ ଏହାକୁ ରୋକିବାରେ ସହାୟକ ହେବ। କାରଣ ସରକାର ଏପରି ଘଟଣାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆମକୁ ପ୍ରତିଷେଧକ ମୂଳକ ପଦକ୍ଷେପ ନେବାକୁ ହେବ। ସେଥିଲାଗି ମାନସିକ ଭାବେ ପ୍ରସ୍ତୁତ ରହିବାକୁ ହେବା ସହ ସମସ୍ତ ସ୍ଥିତିକୁ ସମ୍ମିଳିତ ଭାବେ ସାହାସର ସହ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.