ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାରରେ ‘ସୋଆ’ ଛାତ୍ରଛାତ୍ରୀ ସମ୍ମାନୀତ
17/01/2023 at 9:42 PM

ଭୁବନେଶ୍ୱର ୧୭/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ-ସିଆଇଆଇ) ଅଧୀନରେ ଥିବା ନସ୍ଥ ଷ୍ଟାର୍ଟଅପ୍ ୱିୱେର୍କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ୨ଟି ପୁରସ୍କାର ଦିଆଯାଇଛି। “ଷ୍ଟୁଡେଣ୍ଟ ଇନୋଭେଟିଭ୍ସ, ଷ୍ଟୁଣ୍ଟ ଏଗ୍ଜିବିଟର” ଏବଂ “ଆୱାର୍ଡ ଅଫ୍ ରେକଗ୍ନାଇଜେସନ୍” ନାମକ ୨ଟି ପୁରସ୍କାର ମିଳିଛି ସୋଆର ଛାତ୍ରଛାତ୍ରୀଙ୍କୁ ମିଳିଛି।
ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ଡ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି। ଏହି ମେଳାରେ ରବିବାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପାଇଁ ପ୍ରଶଂସା କରିଛନ୍ତି। ସୋମବାର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍ଚୀ ଓ ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ଓମ୍କାର ରାୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିଛନ୍ତି।
ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ୱିୱେର୍ ଏବଂ ଏହାର ସଦସ୍ୟ ପୁରୁ ଅନିକେତ୍, ବିନିତ ଜନା, ଭୂମିକା ସିଂ, ପ୍ରଥମ ରାଜ, ମୋଦସିର୍ ଅନସାରୀ, ସୋହନ ରାଉତ, ଅତୁଲ ସାହୁ, ପି. ବିଶ୍ୱନାଥ ପାତ୍ର, ଅର୍ଚ୍ଚନା କୁମାର ବୋସ୍, ମୋହିତ କୁମାର ସରାଫ୍, ଦେବାଙ୍ଗନ୍ ଚକ୍ରବର୍ତ୍ତିଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଛାତ୍ର୍ରଛାତ୍ରୀମାନେ ପୂର୍ବରୁ ମଧ୍ୟ ଦୁବାଇରେ ହୋଇଥିବା ଜିଆଇଟିଇଏକ୍ସ ଗ୍ଳୋବାଲ୍ କାର୍ଯ୍ୟକ୍ରମରେ ସୁପରନୋଭା ୟୋଥ୍ ଏଣ୍ଟ୍ରପଏନର ଆୱାର୍ଡ ପାଇଥିଲେ। ଏହାସହ ଓଡିଶା ହାକାଥନ୍ ଅର୍ଥାତ୍ କୋଡ୍ଫର୍ ଓଡିଶା କାର୍ଯ୍ୟକ୍ରମରେ ସେମାନେ ରନର୍ସଅପ୍ ହୋଇଥିଲେ।