ସୋଆ କର୍ମଚାରୀ କିଶୋର ପାତ୍ରଙ୍କ ଅକାଳ ବିୟୋଗ

Published By : Prameya-News7 Bureau | November 29, 2021 IST

ଭୁବନେଶ୍ୱର, ୨୯/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଶ୍ରୀ କିଶୋର ପାତ୍ରଙ୍କ ର ହୃଦ୍‌ଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ଦୀର୍ଘ ୧୭ ବର୍ଷ ଧରି ସୋଆରେ ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତଃ ପାତ୍ର ଗତ ୨୭ ତାରିଖ ବିଳମ୍ବିତ ରାତିରେ ଛାତିରେ କଷ୍ଟ ଅନୁଭବ କରିବା ପରେ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା ।

ଅଡ଼ସପୁର ଅଂଚଳର ବାସିନ୍ଦା ଶ୍ରୀ ପାତ୍ରଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତବ୍ୟନିଷ୍ଠ ସ୍ୱର୍ଗତଃ ପାତ୍ରଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା ଖେଳିଯାଇଛି । ସୋମବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.