Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ, ବିଜେତାଙ୍କୁ ମିଳିବ ଏତିକି ଲକ୍ଷ ଟଙ୍କା

18/03/2023 at 9:21 PM

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’। ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି ।

ଏଥିରେ ବାସ୍କେଟ୍ ବଲ୍ , ଟେନିସ୍ , ଭଲିବଲ, କ୍ରିକେଟ୍ ଓ ଇ- ସ୍ପୋର୍ଟ୍ସ ଏହି ୫ଟି ଖେଳକୁ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ରଖାଯାଇଥିବା ବେଳେ ବିଜେତା ଟିମ୍ ପାଇଁ ପୁରସ୍କାର ରାଶି ୩.୫ ଲକ୍ଷ ଟଙ୍କା ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ସୋଆ ର ପ୍ରୋ-ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ  ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ର ମହତ୍ୱ ବିଷୟରେ କହିଥିଲେ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର ଆସୋସିଏଟ୍ ପ୍ରଫେସର ତଥା ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣରେ ଖେଳ ପାଇଁ ଉତମ ସ୍ୱାସ୍ଥ୍ୟ ଆବଶ୍ୟକତା ଜରୁରୀ ବୋଲି କହିଥିଲେ ।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ନିଜ ବକ୍ତବ୍ୟରେ ଶୃଙ୍ଖଳା ଏକ ଖେଳାଳି ର ପ୍ରଥମ ଗୁଣ ବୋଲି କହିଥିବା ବେଳେ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ ।

   Related Posts