ଓଡିଶାରେ ସୋଆ ପୁଣି ୧ ନମ୍ବର, ଆଉଟ୍‌ଲୁକ୍-ଆଇକେୟାର ଇଣ୍ଡିଆ ଡିମ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍

Published By : Prameya-News7 Bureau | July 25, 2019 IST

ଭୁବନେଶ୍ବର ୨୫|୭: ଓଡ଼ିଶାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି) ୧ ନମ୍ବର ଶିକ୍ଷାନୁଷ୍ଠାନ । ନିକଟରେ ପ୍ରକାଶିତ ଆଉଟଲୁକ୍ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ଏହି ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ ।

ଦେଶର ଶ୍ରେଷ୍ଠ ୫୦ଟି ଡିମ୍ଡ ଟୁ ବି ୟୁନିଭର୍ସିଟି ମଧ୍ୟରେ ସୋଆ ୧୫ତମ ସ୍ଥାନ ହାସଲ କରିଛି । ଆଉଟଲୁକ୍- ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୧୯ରେ ଓଡ଼ିଶାର ନାମିଦାମୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ସୋଆ ୭୬.୮୦ ସ୍କୋର ହାସଲ କରିଛି ।

ପୂର୍ବରୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା କରାଯାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟସନାଲ ରାଙ୍କିଙ୍ଗରେ ଫ୍ରେମୱାର୍କ (ଏନ୍ଆଇଆରଏଫ୍) ର୍ୟାଙ୍କିଙ୍ଗରେ ବିଶ୍ବବିଦ୍ୟାଳୟ କାଟେଗୋରୀରେ ଦେଶରେ ୨୪ତମ ସ୍ଥାନ ହାସଲ କରିଥିଲା ସୋଆ ।

ଛାତ୍ର-ଅଧ୍ୟାପକଙ୍କ ଅନୁପାତ, ଅଧ୍ୟାପକଙ୍କ ପିଏଚଡି, ପେପର ପବ୍ଲିକେସନ୍ ହାର, ପେପର ପିଛା ସାଇଟେସନ୍, ଏବଂ ଇନକ୍ଲୁସିଭନେସ୍ ଓ ଡାଇଭରସିଟି ଭଳି ବିଭିନ୍ନ ମାନଦଣ୍ଡ ବିଶ୍ଳେଷଣ କରି ଏହି ରାଙ୍କ ନିର୍ଦ୍ଧାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.