ବିଜ୍ଞାନ ଶିକ୍ଷାଦାନକୁ ସହଜ କରି ସୋଆର ପଦାର୍ଥ ବିଜ୍ଞାନ ପ୍ରଫେସର୍‌ ସମ୍ମାନୀତ

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬/୧୧: ନାଗରପୁରରେ ଥିବା ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ  ପ୍ରତିଷ୍ଠାନ ଦ୍ୱାରା ସମ୍ମାନୀତ ହେଲେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ଯାଳୟର ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ନଚିକେତା ଖମାରୀ ସମ୍ମାନୀତ ହୋଇଛନ୍ତି। ମହାରାଷ୍ଟ୍ର ନାଗପୁରରେ ଥିବା ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଉପଲକ୍ଷେ ତାଙ୍କୁ  ସମ୍ମାନୀତ କରାଯାଇଛି। ବିଜ୍ଞାନ ଶିକ୍ଷାକୁ ସହଜ ଓ ସରଳ କରି କିପରି ଛାତ୍ରଛାତ୍ରୀ ଓ ସାଧାରଣଲୋକଙ୍କ ଠାରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ୧୭ଟି ରାଜ୍ୟର ୫୦ଜଣ ବ୍ୟକ୍ତିଙ୍କୁ ନଭେମ୍ବର ୨୦ରେ ସମ୍ମାନିତ କରାଯାଇଛି। ସମ୍ମାନୀତ ୫୦ ଜଣଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ଦିଆଯାଇଛି।

ଏହି ସମ୍ମାନ ପ୍ରଦାନ ସମାରୋହରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍ସରେ ଯୋଗ ଦେଇ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର (ଏନସିଏସଟିସି) ନିର୍ଦ୍ଦେଶକ ଡକ୍ଟର ନକୁଳ ପରାଶର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ।

ଏଥିରେ ଏଆରଟିବିଏସଇର ସଭାପତି ପ୍ରଖ୍ୟାତ ଗାନ୍ଧିବାଦୀ ଶ୍ରୀ ରଘୁ ଠାକୁର ଅଧ୍ୟକ୍ଷତା କରିଥିଲେ। ଏଥିରେ ଏଆରଟିବିଏସଇର ଉପାଧ୍ୟକ୍ଷ ଶ୍ରୀ ଶୁକ୍ଳା, ସାଧାରଣ ସମ୍ପାଦକ ସୁରେଶ ଅଗ୍ରୱାଲ ଓ ଭେଲ୍‌ର ପୂର୍ବତନ ମହାପ୍ରବନ୍ଧକ ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.