ଦୁବାଇର ଟେକ୍ ଇଭେଣ୍ଟରେ ସୋଆର ଷ୍ଟାର୍ଟ-ଅପ୍ ପୁରସ୍କୃତ

Published By : Prameya-News7 Bureau | October 16, 2022 IST

ଭୁବନେଶ୍ୱର ୧୬।୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି । ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ - ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର  ଷ୍ଟାର୍ଟ - ଅପ୍ “ୱିୱେର୍‌” ।

ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ ।

{"id":696435,"sizeSlug":"full","linkDestination":"none"}

ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍  ଡକ୍ଟର ଓମ୍‌କାର ରାଏ “ୱିୱେର୍‌”ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍‌ଲାବ୍‌ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍‌)ର ଛାତ୍ରଛାତ୍ରୀ  ଅଟନ୍ତି । ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ରଙ୍କୁ ସେମାନଙ୍କର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ  ପ୍ଲାଟଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍‌,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍‌ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ, ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.