୨୪ରୁ ସୋଆ ସାହିତ୍ୟ ମହାକୁମ୍ଭ, ସମ୍ମାନିତ ହେବେ ୧୧ ବିଶିଷ୍ଟ ସାହିତ୍ୟିକ, ୩ଦିନ ଚାଲିବ ଉତ୍ସବ

Published By : Prameya-News7 Bureau | November 19, 2023 IST

ଭୁବନେଶ୍ୱର,୧୯/୧୧: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ବିଶାଳ ସାହିତ୍ୟ ମହାକୁମ୍ଭ । ଏଥିରେ ଯୋଗଦେବେ ସାହିତ୍ୟ ଜଗତର ବହୁ ବିଶିଷ୍ଟ ମହାରଥୀ । ଯେଉଁଠି ସାରା ଦେଶର ସାହିତ୍ୟ ପ୍ରତିଭା ବସି ଦୁନିଆ ସାରାର ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା, ଆଲୋଚନା କରିବେ । ଏଭଳି ଅବସରରେ ଆଣିଛି ‘ସୋଆ ସାହିତ୍ୟ ଉତ୍ସବ’ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରାଚୀନ (ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ୍‌ ରେଷ୍ଟୋରେସନ୍‌ ଅଫ୍‌ ଆନ୍‌ସିଏଣ୍ଟ କଲ୍‌ଚର୍‌ ଆଣ୍ଡ୍‌ ହେରିଟେଜ୍‌ ଅଫ୍‌ ଇଣ୍ଡିଆ) ଦ୍ୱାରା ଆସନ୍ତା ୨୪ ତାରିଖରୁ ୨୬ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ ଚାଲିବ । ଏଥର ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ' ।

ଉତ୍ସବରେ ଯୋଗଦେବେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ବଡ଼ ତଥା ବିଶିଷ୍ଟ ସାହିତ୍ୟକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ପ୍ରକାଶକ, ଭାଷ୍ୟକାର, ଗବେଷକ, ସାମ୍ବାଦିକ ଓ ଚିତ୍ରକର । ଗୋଟିଏ ମଞ୍ଚରେ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାରର ମହାମିଳନ ହେବ । ସାହିତ୍ୟ ସମେତ ବିଭିନ୍ନ ବିଷୟକୁ ନେଇ ମାନସମନ୍ଥନ ଚାଲିବ । ୬୦ ଆଲୋଚନାଚକ୍ରରେ ୨୫୦ରୁ ଊର୍ଦ୍ଧ୍ୱ ବକ୍ତା ବିଭିନ୍ନ ବିଷୟରେ ନିଜ ମତ ରଖିବେ ।

ବଡ଼ କଥା ହେଲା ଏହି ଅବସରରେ କଳା ଓ ସାହିତ୍ୟ ସହିତ ସମ୍ପୃକ୍ତ ଓଡ଼ିଶାର ୧୧ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ସୋଆ ସାହିତ୍ୟ ସମ୍ମାନ-୨୦୨୩' ପ୍ରଦାନ କରାଯିବ ବୋଲି ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।

ସେହି ସମ୍ମାନିତ ପ୍ରତିଭାମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ, ବିଶିଷ୍ଟ ଔପନ୍ୟାସିକ ଓ ସମ୍ପାଦକ ସାତକଡ଼ି ହୋତା, ପ୍ରସିଦ୍ଧ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ପ୍ରଖ୍ୟାତ କବି ଓ କଥାକାର ରମାକାନ୍ତ ରଥ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍‌ଗାତା, ପ୍ରଥିତଯଶା କବି, ଗାଳ୍ପିକ, ନାଟ୍ୟକାର ଓ କଳାକାର ଜଗନ୍ନାଥ ପ୍ରସାଦ ଦାସ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ଦାଶରଥୀ ଦାସ, ବିଶିଷ୍ଟ ନାଟ୍ୟବିତ୍‌, ନିର୍ଦ୍ଦେଶକ ଓ ଅଭିନେତା ଅନନ୍ତ ମହାପାତ୍ର, ପ୍ରଖ୍ୟାତ କବି, ସାହିତ୍ୟ ସମାଲୋଚକ ଓ ଅନୁବାଦକ ସୀତାକାନ୍ତ ମହାପାତ୍ର ଏବଂ ପରିଚିତ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ବିଭୂତି ପଟ୍ଟନାୟକ ରହିଛନ୍ତି । ଓଡ଼ିଆ ସାହିତ୍ୟର ଏହି ପ୍ରଚଣ୍ଡ ପ୍ରତିଭାମାନଙ୍କୁ ଉତ୍ସବର ଏକ ବିଶେଷ ଅବସରରେ ସମ୍ମାନିତ କରାଯିବ । ସେମାନଙ୍କ ଉପସ୍ଥିତି  ଅନ୍ୟତମ ଆକର୍ଷଣ ହେବ ।

୨୪ ତାରିଖ ପୂର୍ବାହ୍ଣ ସାଢ଼େ ୧୦ଟାରେ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ ହେବ । ଏହାକୁ ଉଦ୍‌ଘାଟନ କରିବେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ । ସୋଆ କୁଳପତି ପି. କେ. ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ମୁଖ୍ୟ ଅତିଥି, ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ଏବଂ ଅଭିନେତା ଓ କଥାକାର ଦିବ୍ୟା ଦତ୍ତା ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ । ସାମାଜିକ ତତ୍ତ୍ୱଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ ଧାରା ବିବରଣୀ ପ୍ରଦାନ କରିବେ ।

wp:embed {"url":"https://www.prameyanews7.com/fire-mishap-in-baranga-sea-food-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fire-mishap-in-baranga-sea-food-office/
/wp:embed

୨୬ ତାରିଖ ସନ୍ଧ୍ୟା ୫ଟା ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପସଭାପତି କୁମୁଦ ଶର୍ମା ଅଧ୍ୟକ୍ଷତା କରିବେ ଏବଂ ସରସ୍ୱତୀ ପୁରସ୍କାରପ୍ରାପ୍ତ ପ୍ରତିଷ୍ଠିତ ପଞ୍ଜାବୀ ଲେଖକ ସୁରଜିତ୍‌ ପାଟର୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଉତ୍ସବରେ ହେବାକୁ ଥିବା ବିଭିନ୍ନ ଆଲୋଚନାଚକ୍ରରେ ଗଣମାଧ୍ୟମ ଓ ସାହିତ୍ୟ, ସିନେମା ଓ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ସାରୋଳ ଦାସ ମହାଭାରଥ, ଶାସ୍ତ୍ରୀୟ ଓଡ଼ିଆ ଭାଷା, ସମ୍ପାଦନା ବିଧି, ଅନୁବାଦ କଳା, ପ୍ରକାଶନ ପରମ୍ପରା ଓ ଆଦର୍ଶ, ଚଉଛକରେ ଭାରତୀୟ ସଂସ୍କୃତି, ଓଡ଼ିଆ ଚିତ୍ରକଳାର ବୈଚିତ୍ର‌୍ୟ, ଓଡ଼ିଆ ନୃତ୍ୟ ପରମ୍ପରା, ପ୍ରଦର୍ଶନୀ ଧର୍ମୀ କଳା ବୈଚିତ୍ର‌୍ୟ, ସୁର ଓ ବାଦ୍ୟ ବୈଚିତ୍ର‌୍ୟ, ଓଡ଼ିଆ କଥାକାରିତାର ବିବିଧତା, ଓଡ଼ିଆ କବିତାର ବର୍ଣ୍ଣବିଭା ଓ ମୋ କଥା ରହସ୍ୟ ଭଳି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ । ଏହାଛଡ଼ା ଆଦିବାସୀ ଭାଷା, ଭକ୍ତି ସାହିତ୍ୟ, ସଂସ୍କୃତି, ଦଳିତ ସାହିତ୍ୟ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କବିତା ଓ ନାଟକ ଉପରେ ମଧ୍ୟ ଆଲୋଚନା ହେବ । ଏକସଙ୍ଗେ ଏତେ ଜଣ ବିଶିଷ୍ଟ ବ୍ୟକ୍ତି ଓ ଏତେ ସଂଖ୍ୟକ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ରର ଆୟୋଜନ ହେବା ଏକ ବିରଳ କାର୍ଯ୍ୟକ୍ରମ ।

wp:embed {"url":"https://www.prameyanews7.com/sand-art-in-puri-beach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sand-art-in-puri-beach/
/wp:embed

ଏହି ଆଲୋଚନାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେବାକୁ ଥିବା ବକ୍ତାଙ୍କ ମଧ୍ୟରେ ଏ. କ୍ରିଷ୍ଣା ରାଓ, ଏ. ରେବତୀ, ଅନାମିକା, ଅନୀଲ ବୋଡୋ, ଅଶ୍ୱିନୀ କୁମାର, ଅତୁଲ ତିୱାରୀ, ଚନ୍ଦ୍ରହାସ ଚୌଧୁରୀ, ଦାମୋଦର ମାଜୋ, ଦେବେନ୍ଦ୍ର ଏସ୍‌. ମଙ୍ଗଳାମୁଖୀ, ଏରା ତକ୍‌, ଗିରିଶ କସରଭାଲ୍ଲୀ, ହେମନ୍ତ ଡିଭାଟେ, ହୋଶାଙ୍ଗ ମର୍ଚ୍ଚାଣ୍ଟ, ମହୁଆ ସେନ୍‌, ମାନବୀ ବନ୍ଦୋପାଧ୍ୟାୟ, ମନୋରଞ୍ଜନ ବ୍ୟାପାରୀ, ମୃତ୍ୟୁଞ୍ଜୟ କୁମାର ସିଂ, ପ୍ରବଳ କୁମାର ବାସୁ, ପ୍ରୀତି ସେନୟ, ସଲମା, ସୋମା ବନ୍ଦୋପାଧ୍ୟାୟ, ସୁବୋଧ ସରକାର, ବନିତା, ବିଶ୍ୱାସ ପାଟିଲଙ୍କ ଭଳି ଅନେକ ବକ୍ତା କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.