ବାତ୍ୟା ଫୋନି ଦ୍ବାରା ବ୍ୟାପକ କ୍ଷତିର ଶିକାର ହୋଇଛି ରାଜ୍ୟର ଅଗ୍ରଣୀ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସୋଆ, ସମ୍ ହସ୍ପିଟାଲ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର୧୦|୫: ବାତ୍ୟା ଫୋନି ଦ୍ବାରା ବ୍ୟାପକ କ୍ଷତିର ଶିକାର ହୋଇଛି ରାଜ୍ୟର ଅଗ୍ରଣୀ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସୋଆ । ଏଥି ସହ ଏହା ଅଧୀନରେ ଥିବା ଆଇଏମସ୍‌ ସମ୍‌ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ୩୦କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା କହିଛନ୍ତି ସୋଆ କର୍ତ୍ତୃପକ୍ଷ । ….

{"id":110624}

ଅଳ୍ପ ସମୟରେ ବହୁତ କିଛି କ୍ଷତି କରିଗଲା ଫୋନି । ସବୁ କିଛି ଭାଙ୍ଗିରୁଜି ଛିନ୍‌ଛତ୍ର କରିଦେଲା । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କଲା । ବାତ୍ୟାର ପ୍ରକୋପରେ କବାଟ-ଝରକା ସବୁ ଭାଙ୍ଗି ଚୁର୍‌ମାର ହୋଇଗଲା । ନଷ୍ଟ ହେଲା କୋଟି କୋଟି ଟଙ୍କାର ଯନ୍ତ୍ରାଂଶ । ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ଡିମ୍‌ଡି୍‌ ଟୁ ବି ୟୁନିଭର୍ସିଟି ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଧ୍ବସ୍ତବିଧ୍ବସ୍ତ  । ସେହିଭଳି ଆଇଏମଏସ ସମ୍‌ ହସ୍ପିଟାଲ ଚିତ୍ର । ସେଠି ମଧ୍ୟ ବାତ୍ୟା ଫୋନିର ପ୍ରଭାବ ପଡ଼ିଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ହସ୍ପିଟାଲ ପରିସରରେ କିଛି ବିଲଡିଂର ଛାଡ଼ ଉଡ଼ିଯାଇଛି । ସେହିଭଳି ସୋଆ ଅଧୀନରେ ଥିବା ୯ଟି ଶିକ୍ଷାନୁଷ୍ଠାନ ସମେତ ୧୩ଟି ସ୍ବତନ୍ତ ଗବେଷଣା କେନ୍ଦ୍ର ଓ ୩୫ଟି ଲାବୋରେଟୋରିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ୩୦କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା କହିଛନ୍ତି ସୋଆ କର୍ତ୍ତୃପକ୍ଷ ।  ପରବର୍ତ୍ତି ଆକଳନରେ କ୍ଷତିର ପରିମାଣ ୫୦କୋଟି ଟପିପାରେ ବୋଲି ଆଶଙ୍କା କରାଯାଉଛି । ଏତେ ସବୁ କ୍ଷତି ସତ୍ବେ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ସେବାରେ କୌଣସି  ହେଳା କରିନାହାନ୍ତି । ବାତ୍ୟା ଦିନ ଓ ତାର ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚକିତ୍ସିତ ହେଉଥିବା ରୋଗୀଙ୍କୁ ନିରନ୍ତର  ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଉଛି  ଏମିତିକି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ହସ୍ପିଟାଲ ତରଫରୁ  ମାଗଣାରେ ଖାଦ୍ୟପେୟ ଯୋଗାଇ ଦିଆଯାଇଥିଲା ।

{"id":110625}

ସେହିଭଳି ସୋଆ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାତ୍ୟା ଦ୍ବାରା ଅନେକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବାକୁ ଦେଇନାହାନ୍ତି ସୋଆ କର୍ତ୍ତୃପକ୍ଷ । ପୂର୍ବଭଳି ଶିକ୍ଷାଦାନ ଜାରି ରହିଛି ।

{"id":110626}

ଫୋନି ଶିକ୍ଷାଦାନ କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ଶିକ୍ଷାନୁଷ୍ଠାନ ସୋଆ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ଏବଂ ଏହା ଅଧୀନରେ ଥିବା ଆଇଏମଏସ୍‌ ସମ୍‌ ହସ୍ପିଟାଲ ବାତ୍ୟା ଜନିତ ଏସବୁ କ୍ଷୟକ୍ଷତି ସତ୍ବେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ରୋଗୀସେବା କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଚାଲିଛି ଆଉ ଆଗକୁ କରିବ ମଧ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.