ଜ୍ଞାନ ଆହରଣ ଓ ବିନିମୟ ପାଇଁ ୨ଟି ଷ୍ଟାର୍ଟଅପ୍ ସହ ସୋଆର ବୁଝାମଣା ସ୍ୱାକ୍ଷରିତ

Published By : Prameya-News7 Bureau | January 20, 2023 IST

ଭୁବନେଶ୍ୱର ୧୯/୦୧: ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଙ୍ଗ୍ ଏବଂ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଜ୍ଞାନ ବିନିମୟ ପାଇଁ ୨ଟି ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସହ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି। ସୋଆ ଏବଂ ଏସ୍‌ପିକେ ମ୍ୟାକ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଗୋଟିଏ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଏହି କମ୍ପାନୀଟି ଶିଳ୍ପ କ୍ଷେତ୍ରରେ ସହଯୋଗ, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଲ୍ୟାବ୍‌ର ଉନ୍ନତି କ୍ଷେତ୍ରରେ ସୋଆ ସହ ମିଳିତ ଭାବେ କାମ କରିବ। ଏହି କମ୍ପାନୀର ବିଭିନ୍ନ ପ୍ରକଳ୍ପରେ ସୋଆର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ସହଯୋଗ କରିବେ।

ଅନ୍ୟ ଏମ୍‌ଓୟୁଟି ସୋଆ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ହୋଇଛି । ସଂପୃକ୍ତ ଷ୍ଟାର୍ଟଅପ୍‌ଟି ଡ୍ରୋନ୍ ଟେକ୍ନୋଲୋଜିରେ କାମ କରୁଛି। ଏହି କ୍ଷେତ୍ରରେ ଜ୍ଞାନର ଆହରଣ ଓ ଆଦାନପ୍ରଦାନ ନେଇ ବୁଝାମଣା ହୋଇଛି।  ପ୍ରଥମ ବୁଝାମଣାରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ପିକେ ମ୍ୟାକ୍ସ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶୁଭ୍ରଜିତ ନାୟକ ଓ ଧୃତିଧର ବେହେରା ସ୍ୱାକ୍ଷର କରିଛନ୍ତି। ସେହିପରି ଦ୍ୱିତୀୟ ବୁଝାମଣାଟି ପ୍ରଫେସର ନନ୍ଦ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପାର୍ଥସାରଥୀ ଦାଶ, ଶୁଭମ୍ ଆଚାର୍ଯ୍ୟ ଏବଂ ଆଶୁତୋଷ ମହାନ୍ତିଙ୍କ ମଧ୍ୟରେ ହୋଇଛି।

ଆଶୁତୋଷ ମହାନ୍ତି ସୋଆର ୨୦୧୯ ବ୍ୟାଚର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ର। ପ୍ରଥମ ଥର ପାଇଁ ସୋଆ  ୨ଟି ଷ୍ଟାର୍ଟଅପ୍ ସହ ବୁଝାମଣା ସ୍ୱାକ୍ଷରିତ କରିଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି। ଅଗ୍ନି ନିର୍ବାପକ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହାର ପାଇଁ ଡ୍ରୋନ୍‌ର ନିର୍ମାଣ ଓ ପ୍ରସ୍ତୁତି କ୍ଷେତ୍ରରେ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ କାମ କରୁଛି।

ଏହି ଅବସରରେ ସୋଆର ମୁଖ୍ୟ ପ୍ରଶସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର  ଅତିରିତକ୍ତ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍ ଥାଟୋଇ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଏସ୍‌.କେ. ଆଚାର୍ଯ୍ୟ  ଓ ଆସୋସିଏଟ୍ ପ୍ରଫେସର ଏସ୍‌.ପି. ଜେନା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.