Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ

29/05/2023 at 7:20 PM

ଭୁବନେଶ୍ୱର ୨୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ଶନିବାର ନୂଆଦିଲ୍ଲୀରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ଦିଆଯାଇଛି। ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ଓଡ଼ିଶାର ୧ ନମ୍ବର ଏବଂ ଦେଶର ୧୪ ତମ ସ୍ଥାନରେ ସ୍ଥାନିତ ହୋଇଛି। ସେହିପରି ସୋଆକୁ ‘ଏଗ୍‌ଜେମ୍‌ପ୍ଲାରୀ ରିସର୍ଚ୍ଚର ଅଫ୍ ଦ ଇୟର୍‌’ (ଚଳିତ ବର୍ଷର ଉଦାହରାଣତ୍ମକ ଗବେଷକ) ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଏହି କ୍ଷେତ୍ରରେ ସୋଆ ଓଡ଼ିଶାରେ ପ୍ରଥମ ଓ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେସନ୍ ୱାର୍ଲ୍ଡର ପ୍ରକାଶକ ଓ ସମ୍ପାଦକ ଦିଲ୍ଲୀପ୍ ଠାକୋରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଅବସରରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର ଡେପୁଟି ଡାଇରେକ୍ଟର (ଇଭାଲୁଏସନ୍‌) କୁଲ୍‌ଦୀପ ଡଗର ଏବଂ ଆଫେୟାର୍ସ ଏଗ୍‌ଜିଭିସନ୍ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ବୋଲିଆ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢ଼ନ୍ତୁ:~ସମ୍‌ ହସପିଟାଲ୍‌ରେ ବିଶ୍ୱ ରକ୍ତ କର୍କଟ ଦିବସ; ସମ୍ ଦେଇଛି ସାହାସ, ବଞ୍ଚିବାର ନୂଆ ରାହା: ପୀଡ଼ିତ

   Related Posts