ସ୍ୱଚ୍ଛ କ୍ୟାମ୍ପସ୍ ର‌୍ୟାଙ୍କିଂ : ଭାରତରେ ତୃତୀୟ ସ୍ଥାନରେ ସୋଆ

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର, ୨୯/୯: ଓଡ଼ିଶାରେ ସବୁଠାରୁ ସ୍ୱଚ୍ଛ କ୍ୟାମ୍ପସ୍ ହେଉଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିସର । ସୋମବାର ଆଉ ଏକ ସଫଳତା ହାତେଇଛି ସୋଆ । କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ କ୍ୟାମ୍ପସ୍ ରାଙ୍କିଂ -୨୦୧୮ରେ ଭାରତରେ ତୃତୀୟ ସ୍ଥାନ ହାସଲ କରିଛି ସୋଆ । ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପ୍ରଥମ ୧୦ଟି ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଛି ସୋଆ । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏବଂ ମାନବସମ୍ବଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସତ୍ୟପାଲ୍ ସିଂ ସୋଆକୁ ପୁରସ୍କାର ଏବଂ ମାନପତ୍ର ଦେଇ ସମ୍ମାନ କରିଛନ୍ତି । ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଶ୍ରୀ ସିଧ୍ୟ୍ୟବ୍ରତ ଦାଶ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି । ସେହିପରି ପୁର୍ବରୁ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଂ ଫ୍ରେମଓ୍ବାର୍କ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିସାରିଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୩୮ ତମ ସ୍ଥାନ ହାସଲ କରିଛି । ସୋଆ ଅଧିନରେ ଥିବା ୯ଟି ଅନୁଷ୍ଠାନରେ ପ୍ରାୟ ୧୦୦୦୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ଏବଂ ଗବେଷଣା କରୁଛନ୍ତି । ଏଠାରେ ଇଞ୍ଜିନିୟରିଂ, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ଆଇନଶିକ୍ଷା, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟ୍ୟୁରିଜିମ୍ ମ୍ୟାନେଜମେଣ୍ଟଏବଂ କୃଷିବିଜ୍ଞାନର କୋର୍ସ ରହିଛି । ଶିକ୍ଷାନୁଷ୍ଠାନମାନଙ୍କରେ ସ୍ୱଚ୍ଛଭାରତ ମିଶନକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱଚ୍ଛ କ୍ୟାମ୍ପସ୍ ର‌୍ୟାଙ୍କିଂ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.