ମୁମ୍ବାଇରେ ୧୨୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସୋଆ କମ୍ୟୁନିଟି ରେଡିଓକୁ ମିଳିଲା ବେଷ୍ଟ ଜିଙ୍ଗଲ୍ ଆୱାର୍ଡ

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର ୧୧|୫: ସୋଆ କମ୍ୟୁନିଟି ରେଡିଓ କୁ ମିଳିଲା ବେଷ୍ଟ ଜିଙ୍ଗଲ ଆୱାର୍ଡ । ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ୧୨୦ଜଣ ପ୍ରତିଯୋଗିଙ୍କ ମଧ୍ୟରେ ଶ୍ରେଷ୍ଠ ଜିଙ୍ଗଲ ପ୍ରସ୍ତୁତ କରି ଏହାର ଦୁଇ ପ୍ରସ୍ତୁତ କର୍ତା ଆରଜେ କେପି ଓ ଆରଜେ ଗୌର ଏହାକୁ ଗ୍ରହଣ କରିଛନ୍ତି । ରୁବେଲା --ମିଜଲସ ଉପରେ ପ୍ରସ୍ତୁତ ହୋଇଛି ଏହି ଜିଙ୍ଗଲସଟି ।

{"id":110937}

୧୨୦ ଟି କମ୍ୟୁନିଟି ରେଡିଓ ମଧ୍ୟରେ ସୋଆ କମ୍ୟୁନିଟି ରେଡିଓ ସ୍ବତନ୍ତ୍ର ଆୱାର୍ଡ ହାତେଇ ପ୍ରସ୍ତୁତ କରିପାରିଛି ନିଜର  ନିଜର ସ୍ବତନ୍ତ୍ର ସ୍ଥାନ । ମୁମ୍ବାଇଠାରେ ମେ ୧୦ ତାରିଖରେରେ ଅନୁଷ୍ଠିନ ସ୍ବତନ୍ତ୍ର ଆୱାର୍ଡ କାର୍ଯ୍ୟକ୍ରମରେ ସୋଆ ରେଡିଓ ପକ୍ଷରୁ ପ୍ରସ୍ତୁତ ଜିଙ୍ଗଲ ଶ୍ରେଷ୍ଠ ବିବେଚିତ ହୋଇ ହାତେଇଛି ପ୍ରଥମ ସ୍ଥାନ । ଯାହାକୁ ପ୍ରସ୍ତୁତ କରିଛନ୍ତି ଆରଜେ କେପି ଓ ଆରଜେ ଗୌର । ତେବେ ବିଶେଷ କରି ରୁବେଳା ମିଜଲସ ଉପରେ ପ୍ରସ୍ତୁତ ହୋଇଛି ଜିଙ୍ଗଲସ ଟି । ଯେଉଁଥିରେ ଏହାର ଟିକାକରଣକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି ବା ବାର୍ତା ଦିଆଯାଇଛି  । ତେବେ ୟୁନିସେଫ ,ଏଆରଓଆଇ,,ଏବଂ ରେଡିଓ ଫର ଚାଇଳ୍ଡ ଦ୍ବାରା ମିଳିତ ଭାବେ ଅନୁଷ୍ଠିତ ​‌ହୋଇଛି ଏହି ସ୍ବତନ୍ତ୍ର ଆୱାଡ କାର୍ଯ୍ୟକ୍ରମ । ।

{"id":110938}

ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଥିଲେ ବଲିଉଡ ଡିଭା କରିନା ଖାନ୍ କପୁର । ତେବେ ସେ ନିଜେ ମଧ୍ୟ ମା ହେବା ପରେ ପିଲାଙ୍କୁ ଟିକାକରଣର ଗୁରୁତ୍ବ କୁ ହୃଦୟଙ୍ଗମ କରିଥିବା କହିଛନ୍ତି । ଏଥିସହ ପ୍ରତ୍ୟେକ ବ୍ୟକ୍ତି ଟିକାରରଣ ର ଗୁରୁତ୍ବ ବୁଝିବା ସହ  ନିଜ ପିଲାଙ୍କୁ ସମୟ ଅନୁଯାୟି ଟିକା ଦେଇ ସୁରକ୍ଷିତ ରଖିବା ଲାଗି ଆହ୍ବାନ କରିଛନ୍ତି ।

{"id":110939}

ଏହି ପ୍ରତିଯୋଗିତାରେ  ଦେଶର ବହୁ ବଡ ବଡ ରେଡି ଓ ଷ୍ଟେସନ ଗୁଡିକ ଯୋଗଦେଥିଲେ । ତେବେ କେବଳ ଏତିକି ନୁହେଁ ଆଗକୁ ଏଭଳି ଅନେକ  ଆୱାର୍ଡ ଯେଭଳି ମିଳିବ ସେନେଇ ଆଶାବାଦି ରହିଛନ୍ତି ସୋଆ ଟିମ । ତେବେ  ସୋଆ କମ୍ୟୁନିଟି ରେଡିଓକୁ ରେଡିଓ ସେଟ ଓ ମୋବାଇଲ ଦ୍ବାରା ପ୍ରତ୍ୟେକ ଜନସାଧାରଣ ସୁଣିବା ସହ ଏହାର ଲାଭଦାୟକ କାର୍ଯ୍ୟକ୍ରମର ସୁବିଧା ଉଠାଇବେ ବୋଲି ଆଶା ରଖିଛନ୍ତି ଟିମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.