ଫାର୍ମ।ସୀ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇଲା ସୋଆ, ମିଳିତ ଗବେଷଣା ନିମନ୍ତେ ଯାଦବପୁର ବିଶ୍ବବିଦ୍ୟାଳୟ ସହ ଚୁକ୍ତି ସ୍ବାକ୍ଷର

Published By : Prameya-News7 Bureau | August 12, 2022 IST

ଭୁବନେଶ୍ବର, ୧୨/୦୮: ଫାର୍ମ।ସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତା ସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ଅନୁଯାୟୀ ଦୁଇଟି ବିଶ୍ବବିଦ୍ୟାଳୟର ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଫାର୍ମ।ସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ର ଯଥା କ୍ଲିନିକାଲ୍ ରିସର୍ଚ୍ଚ, ମୋଲିକୁୟଲର ଫାର୍ମ।କୋଲୋଜି, ଡ୍ରଗ୍ ଡିସ୍କଭରୀ, ହର୍ବ।ଲ୍ ନାନୋଟକ୍ନୋଲୋଜି, ଟ୍ରାନ୍ସଲେସନାଲ୍ ମେଡିସିନ୍ ଏବଂ ଫର୍ମୁଲେସନ୍ ଡଭେଲପମେଣ୍ଟ ଇତ୍ୟାଦିରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ କାର୍ଯ୍ୟ କରିବେ।

ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଯାଦବପୁର ବିଶ୍ବବିଦ୍ୟାଳୟର ପ୍ରଫେସର ପଲ୍ଲବ କା ହାଲ୍ଦାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ପ୍ରଫେସର ପ୍ରଧାନ କହିଥଲେ ଯେ ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ଚୁକ୍ତିପତ୍ର ଫାର୍ମ।ସୀ ଶିଳ୍ପ କ୍ଷେତ୍ରରେ ବୈଷୟିକ ଅଗ୍ରଗତି ନିମନ୍ତେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ସ୍କୁଲ ଅଫ୍ ଫାର୍ମ।ସୁୟଟିକାଲ୍ ସାଇନ୍ସେସ୍‌ର ଫାର୍ମ।ସୁୟଟିକସ୍ ବିଭାଗର ପ୍ରଫେସର ଗୌତମ ରଥ, ଫାର୍ମ।କୋଗ୍ନୋସି ବିଭାଗର ପ୍ରଫେସର ଗୌତମ ଘୋଷ, ଫାର୍ମ।କୋଲୋଜି ବିଭାଗର ପ୍ରଫେସର ବିଶ୍ବକା କର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡେପୁଟି ମେଡିକାଲ୍ ସୁପରିଟଣ୍ଡେଣ୍ଟ ପ୍ରଫେସର ରାଜେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.