କୃଷି ଓ କୃଷକଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ସୋଆ କୃଷିବିଜ୍ଞାନ ଛାତ୍ରଛାତ୍ରୀ ଓ ଜାଗୋ ଅନୁଷ୍ଠାନର ନୂଆ କାର୍ଯ୍ୟକ୍ରମ

Published By : Prameya-News7 Bureau | January 31, 2019 IST

ଭୁବନେଶ୍ବର ୩୧|୧:  ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭରସିଟିର କୃଷି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଏଣିକି ସିଧାସଳଖ କୃଷକମାନଙ୍କ ସହିତ ଯୋଡି ହେବେ । ଗାଁ ଗାଁକୁ ଯାଇ କୃଷିର ଉନ୍ନତି ଓ କୃଷକର ବିକାଶ ନେଇ ଆଲୋଚନା କରିବେ । ଏହି ଲକ୍ଷ ନେଇ କ୍ରିୟାଟିଭ କ୍ଲବ୍ ସହିତ ଏହାର ଲୋଗୋ ଉନ୍ମୋଚନ ହୋଇଛି । ସେପଟେ ବସ୍ତିରେ ରହୁଥିବା ପିଲା ହୁଅନ୍ତୁ ଅଥବା ଗରିବ ପିଲାମାନଙ୍କୁ ଅଧିକ ସହାଯ୍ୟ କରିବା ପାଇଁ ଏଥିରେ ସାମିଲ ହୋଇଛି ଜାଗୋ ଆଶା ।

{"id":80157}

କୃଷମାନଙ୍କ ସମସ୍ୟା ବୁଝିବେ।  ଅଧିକ ଆଲୋଚନା ବି କରିବେ ଏବଂ କିପରି ସମସ୍ୟାର ସମାଧାନ ହେବ ସେନେଇ ପରାମର୍ଶ ମଧ୍ୟ ଦେବେ । କୃଷିର ଉନ୍ନତି ହେବା ସହିତ କୃଷମାନଙ୍କ ବିକାଶକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭରସିଟିର କୃଷି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ କ୍ରିୟାଟିଭ ନାମକ ଏକ କ୍ଲବ୍ ଗଠନ କରିଛନ୍ତି । ଏହି କ୍ଲବ୍ ଆଖପାଖରେ ଗାଁଗୁଡିକୁ ଯାଇ  କୃଷମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବା ସହିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିବେ ।  କେବଳ ସେତିକି ନୁହେଁ ଅନୁଷ୍ଠାନରେ ଏକ ଓପିଡ଼ି ରହବି ଯାହାକି କୃଷକମାନଙ୍କୁ ଗଛ କିପରି ସୁସ୍ଥ ରହିବ ସେନେଇ ଅଧିକ ସଚେତନ କରିପାରିବେ । ଏଭଳି ଲକ୍ଷ୍ୟ ନେଇ କ୍ରିୟାଟିଭ କ୍ଲବର ଲୋଗୋ ଉନ୍ମୋଚନ ହୋଇଛି । ଏହି ଅବସରରେ  ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ୟୁନିଭରସିଟିର ଉପସଭାପତି ସାସ୍ବତି ଦାସ  ।

{"id":80159}

ଆଇଟିଇଆରଠାରେ ଜାଗୋ କ୍ଲବ ଗତ ୯ ବର୍ଷ ହେଲା ବିଭିନ୍ନ ବସ୍ତିର ପିଲାଙ୍କ ଠାରୁ ଆରମ୍ଭ କରି ଗରିବ ପିଲାମାନଙ୍କ ପାଠପଢା ଓ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ବିଭନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛି । ଏହାକୁ  ଅଧିକ କ୍ରିୟାଶୀଳ କରିବା ପାଇଁ  କ୍ରିୟାଟିଭ କ୍ଲବରେ ଜାଗୋ ଆଶା ସାମିଲ ହୋଇଛି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା  ବିଭିନ୍ନ ସୁନ୍ଦର ସୁନ୍ଦର ଚିତ୍ର ଓ ବିଭିନ୍ନ ପ୍ରକାର ଲେଖା ପ୍ରଦର୍ଶିତ ହୋଇଥିଲା ।

{"id":80160}

ଶିକ୍ଷା ଓ ଅନୁସନ୍ଧାନ ଡ଼ିମ୍ଡ ଟୁ ବି ୟୁନିଭରସିଟିରେ ଖାଲି ଯେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଆଯାଏ ତାହା ନୁହେଁ ବିଭିନ୍ନ ପ୍ରକାର କ୍ଲବ୍ ମାଧ୍ୟମରେ ସମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.