SOA ରେ ଏଗ୍ରି ବିକାଶ-୨୦୧୮ କର୍ମଶାଳା

Published By : Prameya-News7 Bureau | June 29, 2018 IST

ଆଜିଠୁ ଦୁଇ ଦିନିଆ କୃଷି ବିକାଶ ସମ୍ମିଳନୀ ଏଗ୍ରି ବିକାଶ-୨୦୧୮ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚର ମାକେର୍ଟି ଓ କେପିଏମ୍ ଜିର ସହଭାଗିତାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ହେଉଛି । କେନ୍ଦ୍ର ପେଟ୍ରେ।ଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପହଂଚି ସାରିଛନ୍ତି ଓ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ସମ୍ମିଳନୀରେ ଏକ ହଜାରେରୁ ଅଧିକ କୃଷକ ଯେ।ଗଦେବେ । ସମ୍ମିଳନୀରେ ଓଡ଼ିଶା କୃଷି କ୍ଷେତ୍ରରେ ଆହ୍ବାନ ଓ ସମ୍ଭାବନା ସମ୍ପର୍କରେ ଆଲେଚନା କରାଯିବ । ସେ।ଆ ସହିତ CYSD, ସହଭାଗୀ ବିକାଶ ଅଭିଯାନ ଓ ଅନୁସନ୍ଧାନ ସଙ୍ଗଠନ, ସିଦ୍ଧ ରିସର୍ଚ୍ଚ ଏଣ୍ଡ ଡେଲପମେଣ୍ଟ କନସଲଟାନ୍ସି କାର୍ଯ୍ୟକ୍ରମରେ ସହଯେ।ଗର ହାତ ବଢ଼ାଇଛନ୍ତି । କୃଷି ବିକାଶ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୬ଟି ବିଭାଗ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଯେ।ଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର କୃଷି, ଏବଂ କୃଷକ ବିକାଶ ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟେ।ଗ ମନ୍ତ୍ରଣାଳୟ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ, ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ MSME ମନ୍ତ୍ରଣାଳୟ ଏଥିରେ ସାମିଲ ହେ।ଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.