ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ହୋଇଥିଲେ ଅପହୃତ ! ପୋଲିସ ନିକଟରେ ପୁଅ କରିଥିଲେ ଅଭିଯୋଗ, ଏବେ ନିଜେ ସୂର୍ଯ୍ୟ ପୋଲିସକୁ କହିଲେ ଏହା ମିଛ କଥା- ହେଲେ ଘଟଣା ପଛରେ ସାଂଘାତିକ ରାଜନୈତିକ ଷଡଯନ୍ତ୍ର ରହିଥିବା ସନ୍ଦେହ…

Published By : Prameya-News7 Bureau | November 21, 2019 IST

ପୁରୁଷୋତ୍ତମପୁର୨୧|୧୧:  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର  ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ଦୀର୍ଘ ୨୫ଦିନ ହେଲା କେହି ଅପହରଣ କରିଥିବା ପୁଅ ସୁବ୍ରତ ପଣ୍ଡା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗର ଏକକିତା ନକଲ ସେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଦାନ କରିଥିଲେ । ହେଲେ ଏବେ ସୂର୍ଯ୍ୟନାରାୟଣ ପଣ୍ଡା ହଠାତ ଆବିର୍ଭୁତ ହୋଇ ପୋଲିସକୁ କହିଛନ୍ତି ଯେ, ତାଙ୍କୁ କେହି ଅପହରଣ କରିନଥିଲା । ବରଂ ସେ ସମିତି ସଭ୍ୟଙ୍କ ସହ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ । ବୁଲୁଥିବାବେଳେ ତାଙ୍କ ମୋବାଇଲ ଖରାପ ହୋଇଯାଇଥିଲା । ତେଣୁ ସେ ଘର ସହ ଯୋଗାଯୋଗ କରିପାରୁନଥିଲେ । ତାଙ୍କ ପୁଇ କାହାର ପ୍ରରୋଚନାରେ ପଡି ଏଭଳି ଅଭିଯୋଗ କରିଥିଲେ । ତେଣୁ ଅଭିଯୋଗକୁ ଗୁରୁତ୍ବ ଦିଆନଯାଉ ।

{"id":187813,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ଅକ୍ଟୋବର ୨୫ ତାରିଖରେ ସୂର୍ଯ୍ୟନାରାୟଣ ପଣ୍ଡା ବ୍ଲକ ଅଧ୍ୟକ୍ଷ ପଦଵୀ ରୁ ଇସ୍ତପା ଦେଇଥିଲେ। ସୂର୍ଯ୍ୟମଣି ପଣ୍ଡା ଇସ୍ତଫା ଦେବା ଅତ୍ୟନ୍ତ ରହସ୍ୟଜନକ ବୋଲି ସେତେବେଳେ ମନେ ହୋଇଥିଲା । ସେ କୌଣସି ଏକ ଗମ୍ଭୀର ଚାପର ବଶବର୍ତ୍ତୀ ହୋଇ ଏଭଳି ବାଧ୍ୟ ବାଧକତାରେ ପଦବୀରୁ ଇସ୍ତଫା ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।

{"id":187814,"sizeSlug":"large"}

ତେବେ ତା ପରେ ପରେ ସୂର୍ଯ୍ୟମଣି ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ସୂର୍ଯ୍ୟମଣି ନିଖୋଜ ହେବାପରେ ତାଙ୍କ ପୁଅ ସୁବ୍ରତ ପଣ୍ଡା ପୋଲିସକୁ ଦେଇଥିବା ଅଭିଯୋଗରେ ତାଙ୍କ ବାପାଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ ଉଲ୍ଲେଖ କରିବା ସହ ତାଙ୍କ ବାପା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିବାର ପ୍ରେକ୍ଷାପଟ୍ଟ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

{"id":187815,"sizeSlug":"large"}

ସୂର୍ଯ୍ୟମଣିଙ୍କ ପୁଅ ଦେଇଥିବା ଅଭିଯୋଗକୁ ଯଦି ବିଶ୍ବାସ କରାଯାଏ ତାହେଲେ ସୂର୍ଯ୍ୟମଣି କୌଣସି ଏକ ସାଂଘାତିକ ଷଡଯନ୍ତ୍ରର ଶିକାର ହୋଇଥିବା ସ୍ପଷ୍ଟ ଜଣାପଡୁଛି । ସୂର୍ଯ୍ୟମଣିଙ୍କ ପୁଇ ଦେଇଥିବା ଅଭିଯୋଗ ପତ୍ରର ନକଟିକୁ ପଢିଲେ ସେଥିରୁ ଅନେକ କଥା ଆପଣାଛାଏଁ ବୁଝି ହୋଇଯିବ । ଦେଖନ୍ତୁ ଏହି ଅଭିଯୋଗ ପତ୍ରକୁ..

{"id":187810,"sizeSlug":"large"}

ଏଭଳି ଏକ ଅଭିଯୋଗ ପାଇବାପରେ ପୋଲିସ ଦୀର୍ଘ ୨୫ଦିନ ଧରି ହାତ ବାନ୍ଧି ବସିବା ମଧ୍ୟ ଆଉ ଏକ ସନ୍ଦେହ ସୃଷ୍ଟି କରୁଛି । ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅପହୃତ ବୋଲି ଅଭିଯୋଗ ପାଇବା ପରେ ତାଙ୍କୁ ଖୋଜିବା ଲାଗି ପୋଲିସ କାହିଁକି ତତ୍ପରତା ପ୍ରକାଶ କରିନଥିଲା ତାହା ବିଭିନ୍ନ ଆଶଙ୍କା ଆଡକୁ ଇଂଗୀତ କରୁଛି ।

{"id":187816,"sizeSlug":"large"}

ସୂର୍ଯ୍ୟମଣି ୨୫ଦିନ ପରେ ହଠାତ ଆସି ପୋଲିସ ନିକଟରେ ପହଞ୍ଚି ପୁଅ ଦେଇଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ଏଥି ସହ ସେ କହିଛନ୍ତି ଯେ, ତାଙ୍କ ପୁଅ ସମ୍ଭବତଃ କାହା କଥାରେ ପଡି ଏଭଳି ଅଭିଯୋଗ କରିଥାଇପାରନ୍ତି । ସୂର୍ଯ୍ୟମଣିଙ୍କ ଏହି ଉକ୍ତି ପଛରେ ମଧ୍ୟ ଅନ୍ୟ କିଛି ସତ୍ୟ ଲୁଚି ରହିଥିବାଭଳି ମନେ ହେଉଛି । ବାପା ନିଖୋଜ ହେବା ନେଇ ଜଣେ ଯୁକ୍ତ ଦୁଇ ପଢୁଥିବା ପୁଅ କିଭଳି କାହା ଚାପରେ ମିଥ୍ୟା ଅଭିଯୋଗ କରିବ ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ ।

{"id":187817,"sizeSlug":"large"}

ଦ୍ବିତୀୟତଃ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଲାବେଳେ ସୂର୍ଯ୍ୟମଣିଙ୍କ ଆଖିରେ ପ୍ରଚଣ୍ଡ ଭୟ ଥିବା ମଧ୍ୟ ସ୍ପଷ୍ଟ ଅନୁମେୟ । ସୂର୍ଯ୍ୟମଣି ତାଙ୍କର କୌଣସି ରାଜନୈତିକ ଶତୃଙ୍କ ଦ୍ବାରା ଦିଆଯାଇଥିବା ଧମକ ଚମକ ଯୋଗୁଁ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁନାହାନ୍ତି ତ ।ଯଦି ଏହା ହୋଇଥାଏ ତାହେଲେ ସୂର୍ଯ୍ୟନାରାୟଣଙ୍କ ପ୍ରତି ଆଗକୁ ମଧ୍ୟ ବିପଦ ରହିଛି । ଏଭଳି କ୍ଷେତ୍ରରେ ପୋଲିସ ଘଟଣାକୁ ଗଭୀର ଅନୁଧ୍ୟାନ କରି ତଦନ୍ତ କରିବାର ଆବଶ୍ୟକତା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.