ଜାପାନରେ ବିତ୍ପାତ ରଚିଛି ହୀମପାତ, ବିଭିନ୍ନ ସ୍ଥାନରେ ୧୭ ମୃତ, ୯୦ ଅଧିକ ଆହତ
28/12/2022 at 1:17 PM

ଟୋକିଓ ୨୮।୧୨: ଜାପାରେ ଭୀଷଣ ହୀମପାତରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ହୀମପାତ ଯୋଗୁ ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଜାରି ହୀମପାତ ଯୋଗୁ ଶହଶହ ଘରକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉତ୍ତର-ପୂର୍ବ ଜାପାନ ହୀମପାତ ଯୋଗୁ ବିଶେଷ ପ୍ରଭାବିତ ହୋଇଛି।
ଜାପାନରେ ହୀମପାତ ଜନିତ କ୍ଷୟକ୍ଷତି ନେଇ ସ୍ଥାନୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ଯଯେ ଭୀଷଣ ଥଣ୍ଡା ସାଙ୍ଗକୁ ଉତ୍ତରାଞ୍ଚଳରେ ଗତ ସପ୍ତାହେ ହେଲା ବରଫ ବର୍ଷା ଜାରି ରହିଛି। ବିଭିନ୍ନ ରାଜମାର୍ଗରେ ଶହଶହ ଗାଡି ଫଶି ରହିଥିବା ବେଳେ ଡେଲିଭରୀ ସେବାରେ ବିଳମ୍ବ ହେଉଛି। ବିପର୍ଯ୍ୟୟ ପ୍ରବନ୍ଧନ ଏଜେନ୍ସୀ ଅନୁସାରେ କ୍ରିସମାସ ଶେଷ ପର୍ଯ୍ୟାୟରେ ଏତେ ପରିମାଣରେ ବରଫପାତ ହୋଇଛି ଯେ ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

ଘର ଉପରେ ଜମୁଥିବା ବରଫ ହଟାଇବାକୁ ଲୋକଙ୍କ ଉଦ୍ୟମରେ ଅନେକ ଲୋକେ ଛାତରୁ ପଡି ଆହତ ହୋଇଛନ୍ତି। ଏଣୁ ମ୍ୟୁନସିପାଲ ଅଧିକାରୀମାନେ ଲୋକଙ୍କୁ ବିପଦଜନକ ଅବସ୍ଥାରେ ବରଫ ନ ହଟାଇବାକୁ ପରାମର୍ଶ ଦେଇଛନ୍ତି। ଯଦି କେହି ଛାତରୁ ବରଫ ସଫା କରୁଥାନ୍ତି ତେବେ ଏହି କାମ ଏକାକୀ କରନ୍ତୁନି। ସାଙ୍ଗରେ ଲୋକ ରଖନ୍ତୁ ବୋଲି ପରାମର୍ଶରେ କହିଛନ୍ତି। ଟୋକିଓ ୟାମାଗାଟା ପ୍ରାନ୍ତରେ ଜଣେ ମହିଳା ବହଳ ବରଫ ତଳେ ଦବି ପ୍ରାଣ ହରାଇଛନ୍ତି। ମହିଳାଙ୍କ ଉପରେ ବରଫ ଅତଡା ଛିଡିପଡିଥିଲା। ଫଳରେ ବରଫ ତଳେ ଦବି ମହିଳା ପ୍ରାଣ ହରାଇଛନ୍ତି।
ଗତ ଶନିବାର ୟମାଗାଟାରେ ୮୦ ସେଣ୍ଟିମିଟରରୁ ଅଧିକ ହୀମପାତ ହୋଇଥିଲା। ଏହା ତୁଳନାରେ ଉତ୍ତର-ପୂର୍ବ ଜାପାନରେ ହାରାହାରି ୩ ଗୁଣା ଅଧିକ ହୀମପାତ ହୋଇଛି। ଇକୋନମୀ ଓ ଇଣ୍ଡଷ୍ଟ୍ରି ମନ୍ତ୍ରାଳୟ ଅନୁସାରେ କ୍ରିସମାସ୍ ସକାଳ ସୁଦ୍ଧା ୨୦ ହଜାର ଘରର ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିଲା। ଉତ୍ତର ଜାପାନ ମୁଖ୍ୟଦ୍ୱୀପରେ ହୀମପାତ ଯୋଗୁ ବିଦ୍ୟୁତ ଟ୍ରାନ୍ସମିସନ ଟାୱାର ଭୂଷୁଡି ପଡିଛି।