ସିଡିରୁ ପଡି ପ୍ରାଣ ହରାଇଲେ ଅଭିନେତ୍ରୀ, ପାର୍କ ସୋ ରିୟୁନଙ୍କ ଅଙ୍ଗଦାନ କରିବେ ପରିବାର ଲୋକେ
13/06/2023 at 11:36 AM

ନୂଆଦିଲ୍ଲୀ ୧୩।୦୬: ସିଡିରୁ ପଡି ମୃତ୍ୟୁବରଣ କରିଛନ୍ତି କୋରିଆନ ଟିଭି ଧାରାବାହିକ ‘ସ୍ନୋଡ୍ରପ’ ଅଭିନେତ୍ରୀ ପାର୍କ ସୋ ରିୟୁନ । ୨୯ ବର୍ଷୀୟା ଅଭିନେତ୍ରୀ ଜୁନ୍ ୧୧ରେ ତାଙ୍କ ଘରକୁ ଯିବା ବେଳେ ସିଡ଼ିରୁ ଖସି ପଡିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁପରେ ପରିବାର ଲୋକେ ଅଙ୍ଗଦାନ କରିବା ନେଇ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଅଭିନେତ୍ରୀଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଏକ ରିପୋର୍ଟରେ ପରିବାରବର୍ଗ ପାର୍କ ସୋ ରିୟୁନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ମା’ କହିଛନ୍ତି, “କେବଳ ତାଙ୍କ ମସ୍ତିଷ୍କ ଆଉ କାମ କରୁନାହିଁ, ବରଂ ତାଙ୍କ ହାର୍ଟ ଏବେ ମଧ୍ୟ କାମ କରୁଛି । ଯଦି ତାଙ୍କ ହାର୍ଟ ଆଉ କାହା ଶରୀରରେ ଲାଗେ । ତେବେ ତାଙ୍କ ପିତାମାତା ଭାବରେ ଆମେ ଖୁସି ହେବୁ । ପାର୍କ ସୋ ରିୟୁନଙ୍କ ପାର୍ଥିବ ଶରୀର ବର୍ତ୍ତମାନ ସ୍ଥାନୀୟ ଏକ ହସ୍ପିଟାଲ୍ରେ ରଖାଯାଇଛି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
Musical Actress #ParkSooRyun Passes Awayhttps://t.co/D7BrJPKMHg pic.twitter.com/ZTW77WrF7N
— Soompi (@soompi) June 12, 2023
ସୂଚନା ଥାଉ କି, ପାର୍କ ସୋ 2018ରେ “ଇଲ୍ ଟେନୋର” ସହ ଆରମ୍ଭ କରିଥିଲେ ତାଙ୍କର ଅଭିନୟ କ୍ୟାରିଅର୍ । ଏହାପରେ ସେ “ଫାଇଡିଂ କିମ ଜୋଙ୍ଗ ୱୁକ୍”, “ପାସିଂ ଥ୍ରୁ ଲଭ୍”, “ସିଦ୍ଧାର୍ଥ” ଏବଂ “ଦ ଡେ ଉଇ ଲଭ୍ଡ୍” ଭଳି ଅନେକ ଶୋ’ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏଥିସହ ସେ କୋରିଆନ ଶୋ’ ‘ସ୍ନୋଡ୍ରପ’ରେ କାମ କରିଥିଲେ । ଏହି ସୋ’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।

You Can Read: