ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏପ୍ରିଲରେ ପାର୍ବତ୍ୟାଞ୍ଚଳରେ ତାପମାତ୍ରା ସ୍ୱଭାବିକରୁ ଥିଲା ୮ ଡିଗ୍ରି ଅଧିକ, ହିମାଚଳରେ ତରଳୁଛି ବରଫ

6/06/2022 at 7:48 PM

ଶିମଲା ୬।୬: ଏପ୍ରିଲରେ  ଉତ୍ତର ଭାରତୀୟ ପାର୍ବତ୍ୟାଞ୍ଚଳରେ ତାପମାତ୍ରା ସାଧାରଣରୁ ୮ ଡିଗ୍ରି ସେଲସିୟସ୍ ବଢ଼ି ଯାଇଛି। ଫଳରେ ହିମାଳୟର ସମସ୍ତ ୪ଟି ଜାକ ଘାଟି ସତଲୁଜ, ବ୍ୟାସ, ରାବି ଓ ଚିନାବରେ ଏବେ ବରଫ ତରଳିବାରେ ଲାଗିଛି। ତେବେ ଅତୀତରେ ଏହି ପ୍ରକ୍ରିୟା ସାଧାରଣତଃ ଜୁନ ମାସରେ ଆରମ୍ଭ ହେଉଥିଲା। ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଶିମଲାଙ୍କୁ ଉପଗ୍ରହରୁ ମିଳୁଥିବା ଚିତ୍ରରୁ ବରଫ ତରଳିବା ପ୍ରକ୍ରିୟା ଜଣାପଡିଛି। ଯାହା ନିର୍ଦ୍ଧାରିତ ସମୟର ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଯାଇଛି।

୨୦୨୦-୨୧ ବର୍ଷରେ ଘାଟିରୁ ବରଫ ତରଳିବା ପ୍ରକ୍ରିୟା ମାର୍ଚ୍ଚ ଓ ଏପ୍ରିଲରେ ୪ରୁ ୧୦ ପ୍ରତିଶତ ଥିଲା। ୨୦୨୧-୨୨ରେ ଏହା ୧୯ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ତରଳିଗଲାଣି। ଏପ୍ରିଲରୁ ଯେଉଁପରି ତାପମାତ୍ରା ବଢିଛି, ଏଥିରୁ କୌଣସି ଏକ ବଡ ବିପଦର ଏବେ ଆଶଙ୍କା କରାଯାଉଛି। ଏବେ ସତଲୁଜ ଘାଟିରେ ୩୩, ରାବିରେ ୨୧, ବ୍ୟାସରେ ୩୬ ଓ ଚିନାବ ଘାଟିରେ ୬୬ ପ୍ରତିଶତ ବରଫ ବଳକା ଅଛି। ପରିବେଶ ବିଜ୍ଞାନ ଓ ତଥା ପ୍ରଯୁକ୍ତି ପରିଷଦଙ୍କ ସଦସ୍ୟ ସଚିବ ଲଳିତ ଜୈନ ଏପ୍ରିଲରେ ତାପମାତ୍ରା ବୃଦ୍ଧି ଯୋଗୁ ଏପରି ହୋଇଥିବା କହିଛନ୍ତି।

ଗତ ଡିସେମ୍ବରରୁ ଫେବୃଆରୀରେ ଚିନାବ ଓ ରାବି ଘାଟିରେ ସ୍ୱଳ୍ପ ହୀମପାତ ହୋଇଥିଲା। ଏହି ଘାଟି ପିରପଞ୍ଜାଲ ରେଞ୍ଜ ସହିତ ରହିଛି। ଉଲ୍ଲେଖ ଯୋଗ୍ୟ ଯେ ଫେବୃଆରୀରେ ହିମାଚଳ ବର୍ଷର ସବୁଠୁ ଅଧିକ ହିମପାତ ପାଇଥାଏ। ହିମାଚଳରେ ଏବେବି ହୀମପାତ ଜାରି ରହିଛି। ଭୀଷଣ ହୀମପାତ ଯୋଗୁ ଶିମଲା ସମେତ ଅନ୍ୟ ପାର୍ବତ୍ୟାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ରାଜ୍ୟରେ ଭୀଷଣ ବରଫ ପାତ ଯୋଗୁ ଅପର ଶିମଲା ସମେତ ଶତାଧିକ ଗ୍ରାମ ସହ ଜିଲ୍ଲା ମୁଖ୍ୟାଳୟର ସମ୍ପର୍କ ବ୍ୟହତ ହୋଇଛି। ୩ ଜାତୀୟ ରାଜମାର୍ଗଙ୍କୁ ଛାଡି ଦେଲେ ୬୮୧ଟି ସଡକରେ ଏବେ ଯାନବାହନ ଚଳାଚଳ ସମ୍ଭବ ହେଉ ନାହିଁ। ଏଣୁ ସ୍ଥାନୀୟ ଲୋକଙ୍କ ସହିତ ପର୍ଯ୍ୟଟକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

   Related Posts