ହିମାଚଳ ପ୍ରଦେଶର ସ୍ପିତି ଘାଟୀରେ ସ୍ନୋ ଲିଓପାର୍ଡ଼ର କ୍ୟାଟଓ୍ବାକ୍ : ପ୍ରଥମ ଥର କ୍ୟାମେରାରେ ହେଲା କଏଦ

Published By : Prameya-News7 Bureau | February 18, 2020 IST

ଲାହୋଲ ୧୮/୨: ବନ୍ୟ ଜୀବପ୍ରେମୀଙ୍କ ପାଇଁ ଲାହୋଲର ସ୍ପିତି ଘାଟିରୁ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ ଦୁଇ ଜଣ ଯୁବକ ଦୁଇଟି ବରଫାବୃତ କଲରାପତରିଆ ବାଘଙ୍କୁ ଖୁବ୍ ନିକଟରୁ ମୋବାଇଲରେ କଏଦ କରିଛନ୍ତି। ଏହି ସ୍ନୋ ଲିଓପାର୍ଡ଼ ସହ ମଣିଷର ମୁହାଁମୁହିଁ ହେବା ଏହା ଏବେ ସୁଦ୍ଧା ଏକ ବିରଳ ଘଟଣା ଅଟେ।

{"id":225820,"sizeSlug":"large"}

ପାଖାପାଖି ସାଢ଼େ ୫ଟା ବେଳେ କାଜା-କୌମିକ୍ ରୋଡ଼ରେ କୌମିକ୍ ଗାଁର ନଓ୍ବାଙ୍ଗ ଏବଂ ଲାହୋଲର ସୁଶୀଲ ୟାଙ୍ଗଥାଙ୍ଗୀ ଏହି ଦୁର୍ଲଭ ପଶୁର ଭିଡିଓ ମୋବାଇଲରେ ସୁଟିଂ କରିଥିଲେ। ସୋସିଆଲ ମିଡିଆରେ ସ୍ନୋ ଲିଓପାର୍ଡ଼ର ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି।

ଦୁଇ ଯୁବକ ଯାତ୍ରୀଙ୍କୁ ଏସିଆର ସବୁଠୁ ଉଚ୍ଚ ଗାଁ କୌମିକରେ ଛାଡ଼ି କାଜା ଫେରୁଥିଲେ। ନଓ୍ବାଙ୍ଗ କହିଥିଲେ ଯେ କାଜାରୁ ପାଖାପାଖି ୨୦କିଲୋମିଟର ଦୂର ଏକ ମୋଡ଼ ପାଖରେ ହଠାତ୍ ତାଙ୍କର ଦୁଇଟି ବରଫ ବାଘ ସହ ମୁହାଁମୁହିଁ ହୋଇଥିଲା। ପ୍ରଥମେ ତାଙ୍କୁ ଲାଗିଥିଲା ଯେ ଗାଡ଼ି ଦେଖି ବାଘ ଦୁଇଟି ପଳାଇବେ କିନ୍ତୁ ଗୋଟିଏ ସ୍ନୋ ଲିଓପାର୍ଡ଼ ଗାଡ଼ି ଆଡ଼କୁ ଆସିଥିଲା।

{"id":225821,"sizeSlug":"large"}

ଅନ୍ୟ ଲିଓପାର୍ଡ଼ଟି ଦୂରରେ ରହିଥିଲା। ସୁଶୀଲ କହିଥିଲେ ଯେ ପ୍ରଥମେ ତାଙ୍କୁ ଡର ଲାଗିଥିଲା କିନ୍ତୁ କିଛଇ ସମୟ ପରେ ସ୍ନୋ ଲିଓପାର୍ଡ଼ ଧୀରେ ଧୀରେ ଆଗକୁ ଚାଲିଯାଇଥିଲା। ଏହା ପ୍ରଥମ ଥର ଘଟିଛି ଯେ କେହି ଏତେ ପାଖରୁ ବରଫ କଲରାପତରିଆ ବାଘଙ୍କୁ ଦେଖିଛି ଏବଂ ଏମାନଙ୍କୁ କ୍ୟାମେରାରେ ସୁଟିଂ କରିଛି।

ଏହି ଘଟଣାରୁ ଜଣା ପଡ଼ିଛି ଯେ ଯେଉଁମାନେ ମଣିଷଙ୍କ ନଜରରେ ଆସୁନଥିଲେ,ସେମାନେ ଏବେ ଅତ୍ୟନ୍ତ ନିକଟରୁ ନଜର ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.