ଭୁବନେଶ୍ବର ୧୦|୭: ଆସାମ ଗୌହାଟୀରେ ଆୟୋଜିତ ଜାତୀୟ ମଡେଲ ପ୍ରତିଯୋଗିତା ଷ୍ଟାର ଆଇକନ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ର ମିସ୍ କିଡ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ଲୋବର ବିଜେତା ହୋଇଛନ୍ତି ସ୍ନେହାଶ୍ରୀ । ଏହି ପ୍ରତିଯୋଗିତା ଜିତିଥିବା ଓଡିଶାର ପ୍ରଥମ ଝିଅ ହେଉଛନ୍ତି ସ୍ନେହାଶ୍ରୀ ।
{"id":132275}ସ୍ନେହାଶ୍ରୀ ଭୁବନେଶ୍ବର ସ୍ଥିତ ଓଲ୍ଡ ଟାଉନ୍ ର ବାସିନ୍ଦା । ତାଙ୍କ ବୟସ ୧୦ବର୍ଷ । ଗୌରୀଶଙ୍କର ରେସିଡେନ୍ସିଆଲ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ନେହାଶ୍ରୀ ବହୁ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
{"id":132276}ଓଡିଶା ଫ୍ୟାସନ ଭିଲ୍ଲା ତରଫରୁ ଭୁବନେଶ୍ବରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମଡେଲ ପ୍ରତିଯୋଗିତାରେ ଓଡିଶା ଜୁନିଅର ଟପ୍ ମଡେଲସରେ ସେ ଟପ୍ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଷ୍ଟାର ଆଇକନ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ ।
{"id":132277}ବ୍ୟାଙ୍କକଠାରେ ଆୟୋଜିତ ହେବାକୁ ଥିବା ଷ୍ଟାର ଆଇକନ ଇଣ୍ଟରନ୍ୟାସନାଲ ଗ୍ଲୋବରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।