ସଜେଇ ହେଉଛି ସ୍ନାନବେଦୀ, ଶନିବାର ଉଝୁଳା ଯିବ ସୁନା କୂଅ

Published By : Prameya-News7 Bureau | June 03, 2023 IST

ପୁରୀ,୦୩/୦୬: ରବିବାର ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାଷିତ ଜଳରେ ଗାଧୋଇବେ ଚତୁର୍ଦ୍ଧାମୁରତୀ । ସ୍ନାନ ପରେ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେବେ ମହାବାହୂ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ଦେଖି ବିମୋହିତ ହେବେ ଶ୍ରଦ୍ଧାଳୁ । ରାତି ପାହିଲେ ଏହି ଦିବ୍ୟ ଅନୁଭବ ପାଇବେ ଶ୍ରଦ୍ଧାଳୁ ।

ଏଣୁ ସଜେଇ ହେଉଛି ଶ୍ରୀମନ୍ଦିର ସ୍ନାନମଣ୍ଡପ ଓ ବଡ଼ଦାଣ୍ଡ । ଚିତ୍ରକରମାନେ ମଣ୍ଡପକୁ ପାରମ୍ପରିକ ରଙ୍ଗରେ ସୁସଜ୍ଜିତ କରୁଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ ବ୍ୟାରିକେଡ୍‌ ତିଆରି ହୋଇଛି । ବେଶ ପୂର୍ବରୁ ଠାକୁରଙ୍କୁ ଲାଗି ହେବ ଜଳ । ସୁନା କୂଅର ୧୦୮ ଗରା ଜଳ ଲାଗି ହେବେ ଠାକୁରେ । ଏଥିପାଇଁ ଶନିବାର ଉଝୁଳା ଯିବ ସୁନା କୂଅ ।

wp:embed {"url":"https://www.prameyanews7.com/puri-snana-purinima/","type":"wp-embed","providerNameSlug":"prameya-news-7"}
https://www.prameyanews7.com/puri-snana-purinima/
/wp:embed

ଶ୍ରୀବଳଭଦ୍ରଙ୍କ ପାଇଁ ଧଳାରଙ୍ଗର ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କଳାରଙ୍ଗର ବେଶ ପ୍ରସ୍ତୁତ ହେଉଛି । ଠାକୁରଙ୍କ ଶ୍ରୀମସ୍ତକ ପାଇଁ ତରାସ ଓ ତାର ନିମ୍ନଅଂଶ ପାଇଁ ଡାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ ଲାଗି ହେବେ କିଆଫଳି । ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରଣା ଓ ଗଜଖୁମ୍ୱ ତିଆରି ହୋଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡ଼କୀ, ନାକୁଆସୀ, ତରାସ, ଛତି ଓ ଚୂଳ, ଚିତା ଆଦି ବେଶ ଉପକରଣ ପ୍ରସ୍ତୁତ ହୋଇଛି । ସୁଦର୍ଶନ ମହାପ୍ରଭୁଙ୍କ ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ ଓ ଓଲାର ତିଆରି କରାଯାଉଛି ।

ପଟୁଆରରେ ବେଶ ବିଜେ ହୋଇ ସ୍ନାନମଣ୍ଡପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ବେଶ ପୂର୍ବରୁ ସ୍ନାନ ମଣ୍ଡପରେ ଠାକୁରଙ୍କ ଶ୍ରୀମସ୍ତକରେ ଲାଗି ହେବ ୧୦୮ ଗରା ସୁବାସିତ ଜଳ । ଏଣୁ ଶନିବାର ଦୟଣାମାଳୀ ସେବକମାନେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ । ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଶୀତଳା ଠାକୁରାଣୀଙ୍କ ସମୀପସ୍ଥ ସୁନା କୂଅକୁ ଶୋଧ କରିବେ ଦୟଣାମାଳି ସେବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.