ଅନୁଗୁଳ ଶୈଳଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି, ଦର୍ଶନ ଅପେକ୍ଷାରେ ଭକ୍ତ

Published By : Prameya-News7 Bureau | June 13, 2022 IST

ଅନୁଗୁଳ, ୧୩/୦୬: ଅନଗୁଳ ଶୈଳଶ୍ରୀକ୍ଷେତ୍ରରେ ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନ ଯାତ୍ରାପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । କୋଭିଡ ପାଇଁ ୨ ବର୍ଷ ପରେ ଏହି ସ୍ନାନ ଯାତ୍ରା ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ତିନି ଦିଅଁଙ୍କୁ ଦେଖିବା ପାଇଁ ବେଶ୍‌ ଆଗ୍ରହ ରହିଛି । ମନ୍ଦିର ଚାରିପାଖକୁ ସୁନ୍ଦର ଆଲୋକରେ ଆଲୋକିତ କରାଯାଇଛି । ମନ୍ଦିର ସ୍ନାନବେଦୀକୁ ବାରିକେଟ କରାଯାଇଛି । ସକାଳ ୮ ଟାରେ ତିନି ଦିଅଁଙ୍କୁ ପହଣ୍ଡିରେ ଅଣାଯିବ ଏବଂ ଏହା ପରେ ପରେ ୧୦୮ କଳସୀରେ ସୁବାସିତ ଜଳରେ ସ୍ନାନ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସୂତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.