ଆଠଗଡର ଆରାଧ୍ୟ ମହାପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ସ୍ନାନ ଯାତ୍ରା

Published By : Prameya-News7 Bureau | June 24, 2021 IST

ଆଠଗଡ ୨୪।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଠଗଡର ଆରାଧ୍ୟ ମହାପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସେବକମାନେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆରଟିପିସିଆର ଟେଷ୍ଟ କରିବା ପରେ ନିଜ ନିଜ ମଧ୍ୟରେ ଆବଶ୍ୟକ ଅନୁଯାଇ ଦୂରତା ଅବଲମ୍ବନ କରିଥିଲେ।  ରାଜ ପୁରୋହିତଙ୍କୁ କରୋନା ପଜେଟିଭ୍ ବାହାରିବା ପରେ ଦେଉଳ ପୁରୋହିତ  ନୀତି ସମ୍ପାଦନ କରିଥିଲେ ।

ପୂର୍ବାହ୍ନ ୧୦ ଘଟିକାରେ ମହାପ୍ରଭୁ ଅଟାଳି ଜଗନ୍ନାଥଙ୍କ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଏହାପରେ ୧୦୮ କଳସରେ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟ କରାଯାଇଥିଲା। ସ୍ନାନ କାର୍ଯ୍ୟ ସମାପ୍ତ ହେଲା ପରେ ମହାପ୍ରଭୁଙ୍କ ବାଳଧୂପ କରାଯାଇ ମହାପ୍ରଭୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା। ସ୍ନାନ ମଣ୍ଡପରେ କୋଭିଡ୍ କଟକଣା ପାଇଁ ଶ୍ରଦ୍ଧାଳୁମାନକ ପାଇଁ ଦର୍ଶନକୁ ନିଷେଧ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.