ବାଇକ୍ ଓ ସ୍କୁଟି ଚଳାଇବା ପୂର୍ବରୁ ଭଲ କରି ଯାଞ୍ଚ କରନ୍ତୁ – କାହିଁକିନା ଯୁବତୀଙ୍କ କ୍ଷେତ୍ରରେ ଘଟିଥିଲା ଏହି ଭୟଙ୍କର ଘଟଣା

Published By : Prameya-News7 Bureau | October 20, 2019 IST

ନୂଆଦିଲ୍ଲୀ୨୦|୧୦: ଆପଣମାନେ ସ୍କୁଟି, ବାଇକ୍ ଓ କାର ଚଳାଇବା ବେଳେ ସାବଧାନ ହୋଇ ଚଳାନ୍ତୁ। କାହିଁକି ନା ସ୍କୁଟି ଓ ବାଇକ୍ ଓ କାର୍‌ ଯେଉଁ ସ୍ଥାନରେ ରଖୁଛନ୍ତି ସେହି ସ୍ଥାନକୁ ଠିକ୍ ରୂପେ ଯାଞ୍ଚ କରନ୍ତୁ। ବୁଦ୍ଧ ବିହାର ଅଞ୍ଚଳର ଜଣେ ଯୁବତୀ ସ୍କୁଟି ଚଳାଉଥିବା ସମୟରେ ସ୍କୁଟିର ହେଡ୍‌ ଲାଇଟ ପଛରେ ଏକ ସାପ ଲୁଚି ରହିଥିଲା। ଗାଡ଼ି ଚାଲୁଥିବା ସମୟରେ ହଠାତ୍‌ ଯୁବତୀଙ୍କ ହାତ ଉପରେ ସାପ ଚଢ଼ି ଗଲା । ତେଣୁ ଯୁବତୀ ହଡ଼ବଡ଼ ହୋଇ ଗାଡି ହ୍ୟାଣ୍ଡଲ ଛାଡ଼ି ତଳେ ପଡ଼ି  ଗୁରୁତର ହୋଇଥିଲେ ।

ଶନିବାର ମନୀଷା ଶର୍ମା ନାମକ ଜଣେ ଯୁବତୀ ନିଜ ସାଙ୍ଗଙ୍କୁ ଛାଡିବା ଲାଗି ଯିବାବେଳେ  ଏହଭିଳି ଘଟଣା ଘଟିଛି। ଦୁଇଜଣ ସାଙ୍ଗ କଥାବାର୍ତ୍ତା ହୋଇ ସ୍କୁଟିରେ ଯିବା ସମୟରେ ଅଚାନକ ଏକ ସାପ ସ୍କୁଟିର ହେଡ୍‌ ଲାଇଟ୍‌ ପଛରୁ ବାହାରି ମନୀଷାଙ୍କ ହାତ ଉପରେ ଚଢ଼ିଗଲା। ମନୀଷା ଭୟରେ ଗାଡି ହ୍ୟାଣ୍ଡଲ ଛାଡ଼ି ତଳେ ପଡି ଯାଇଥିଲେ।  ଘଟଣା ସ୍ଥଳରେ କିଛି ଲୋକ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ମନୀଷାଙ୍କୁ ହସ୍ପିଟାଲ ନେବା ସହ ସ୍କୁଟିରୁ ସାପକୁ ବାହାର କରିଥିଲେ। ସ୍କୁଟିରେ ଆଉ ସାପ ଥିବା ସନ୍ଦେହରେ ସ୍କୁଟିର ଆଗ ପଟ ଖୋଲି ଯାଞ୍ଚ କରାଯାଇଥିଲା।

 ଏହିଭଳି ଘଟଣା ବାରମ୍ବାର ସୋସିଆଲ ମିଡିଆରେ ଆପଣ ଦେଖୁ ଥିବେ। ତେଣୁ ଗାଡ଼ିରେ ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କୁ ନେବା ସମୟରେ ଗାଡିକୁ ଠିକ୍‌ ରୂପେ ଯାଞ୍ଚ କରନ୍ତୁ। ଏଥିସହ ଗାଡ଼ି ରହୁଥିବା ସ୍ଥାନକୁ ପରିଷ୍କାର ରଖନ୍ତୁ। କାହିଁକି ନା କୌଣସି ମୁହୂର୍ତ୍ତରେ ଗାଡ଼ି ଭିତରୁ ଅଜଣା ଜନ୍ତୁ ପ୍ରବେଶ କରି ଲୁଚି ରହିଥାନ୍ତି। ଗାଡ଼ି ଚାଲିଲେ ଇଞ୍ଜିନ ଗରମ ହୋଇ ସାପ କିମ୍ବା ଅନ୍ୟ ବିଷାକ୍ତ ଜନ୍ତୁ ବାହାରକୁ ବାହାରି ଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.