ଯୁବକଙ୍କ ଦୁଃସାହାସିକ ଖେଳ, ନାଗ ଦଂଶନରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ

Published By : Prameya-News7 Bureau | June 27, 2022 IST

ବାଲିପାଟଣା ୨୭।୦୬ : ବିଷଧର ନାଗ ସାପ ସହ ଯୁବକଙ୍କ ଦୁଃସାହାସିକ ଖେଳ। ନାଗ ଦଂଶନରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ ।ବାଲିପାଟଣା ଅଂଚଳରେ ଯୁବକ ଜଣକ ପ୍ରାୟ ୫ ଫୁଟ ଲମ୍ବର ନାଗ ସାପ ଧରି ଖେଳ ଦେଖାଉଥିଲେ ।

wp:html /wp:html

ତେବେ ଯୁବକ ଜଣଙ୍କ ନିଜ ମୁହଁ ପାଖକୁ ନାଗର ମୁହଁକୁ ଲଗାଉଥିଲେ । ବିନା କୌଣସି ତାଲିମ୍ ରେ ଯୁବକ ଏପରି ଖେଳ ଲୋକଙ୍କୁ ଦେଖାଉଥିଲେ । ଯୁବକ ଜଣକ କୁଆଡ଼େ ନାଗର ମୁଖବନ୍ଧନ କରିଥିଲେ ବୋଲି ଦାବି କରୁଥିଲେ । ମାତ୍ର ଯୁବକର ଏଭଳି କାର୍ଯ୍ୟରେ ନାଗଟି ରାଗିଯାଇଥିଲା । ହଠାତ୍‌ ଯୁବକଙ୍କୁ ନାଗଟି ଦଂଶନ କରିବାକୁ ଚେଷ୍ଟା କରିଥିଲା । ପରେ ଯୁବକ ଜଣକ ନାଗସାପଟିକୁ ଏକ ଅଖାରେ ଭର୍ତ୍ତି କରି ଘଟଣାସ୍ଥଳରୁ ଯାଇଥିଲେ । ଯୁବକଙ୍କ  ଘର ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ବାଲିପାଟଣାରେ କାଠ ମିସ୍ତ୍ରୀ ଭାବେ କାମ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.