scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଟମାଟୋକୁ ଜଗିଛି ବିଷଧର ନାଗ, ଦେଖନ୍ତୁ ଭିଡିଓ…

16/07/2023 at 12:47 PM

ନୂଆଦିଲ୍ଲୀ ୧୬।୦୭: ଏବେ ଟମାଟୋ ନାଁ ଶୁଣିଲେ ଲୋକେ ଛାନିଆ । କୋଉଠି ୧୦୦ ତ ଆଉ କୋଉଠି ୩୦୦ । ଦର ବୃଦ୍ଧି ଯୋଗୁଁ କେଜିଏ ଟମାଟୋ କିଣିପାରୁନାହାନ୍ତି ଲୋକେ । ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ।  ଏବେ ଟମାଟୋକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । କେଉଁଠି ଟମାଟୋ ଚୋରି ହେବାର ଡର ତ… ଆଉ କେଉଁଠି ଟମାଟ ପାଇଁ ସ୍ବାମୀଙ୍କୁ ଛାଡିଲାଣି ସ୍ତ୍ରୀ । ଏପରି ଖବର ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ । ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଚକିତ । କାରଣ ଟମାଟୋକୁ ଜଗିଛି ଏକ ବିଷଧର ସାପ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ନଜର ପକାନ୍ତୁ ଏହି ଭିଡିଓ ଉପରେ…

ଭିଡିଓରେ ଦେଖିବାକୁ ମିଳୁଛି କି ଗୋଟିଏ ଘରର କୋଣରେ ରହିଛି କିଛି ଲାଲ-ଲାଲ ଟମାଟୋ । ଆଉ ଏହା ପାଖରେ ଗୁଡେଇ ତୁଡେଇ ହୋଇ ରହିଛି ଏକ ବିଷଧର ନାଗ ସାପ ।  ଆଉ ସାପକୁ ଦେଖିଲେ ଲାଗୁଛି ସେ ଯେମିତି ରାଗା ପାଚି ପଞ୍ଚମ । ଫଁ ଫଁ କରି ଏପଟକୁ ସେପଟ ହେଉଛି । ଯେମିତିକି ସେ ଟମାଟୋକୁ ସୁରକ୍ଷା ଦେଉଛି । ଭିଡିଓରେ ଦେଖିବାକୁ ମିଳୁଛି କି ଏହି ସମୟରେ ଜଣେ ବ୍ୟକ୍ତି ଟମାଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଆଉ ସାପଟି ଫଁ ଫଁ କରି ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ମିର୍ଜା ମହମ୍ମଦ ଦାରିଫ୍ ନାମକ ୟୁଜର୍ସ ସେୟାର କରିଥିଲେ । ଯାହା ବେଶ୍ ଭାଇରାଲ୍ ହେଉଛି । କହି ରଖୁଛୁ କି ଏହି ଭିଡିଓଟି ସତ କି ଆନିମେଟେଡ୍ ତାହା ଜଣା ନାହିଁ । ସେ ଯାହା ବି ହେଉ ସୋସିଆଲ୍ ମିଡିଆରେ ଭିଡିଓଟି ସେୟାର ହେବା ପରେ ବେଶ୍ ପ୍ରତିକ୍ରିୟା ଆସୁଛି ।

ଏହି ଭିଡିଓକୁ ଟ୍ୱିଟ୍ କରି ଏଥିରେ ଲେଖାଥିଲା ଯେ ‘ଟମାଟୋ ଏକ ଧନଠାରୁ କମ୍ ନୁହେଁ, ଏକ ବିପଜ୍ଜନକ ସାପ ଏହାକୁ ସୁରକ୍ଷା ଦେଉଛି’। ଏହି ସମୟରେ, ଜଣେ ଉପଭୋକ୍ତା ଏହି ଭିଡିଓରେ ଲେଖିଥିଲେ, ‘ଭଣ୍ଡାରର ସୁରକ୍ଷା କରୁଛନ୍ତି ନାଗ ଦେବତା ‘ । ଏହିପରି ଆସିଛି ଅନେକ କମେଣ୍ଟ ।

କହିବାକୁ ଗଲେ ଟମାଟୋର ଦର ବୃଦ୍ଧି ହେବା ପରେ ସାରା ଦେଶରୁ ଆସୁଛି ଅନେକ ଖବର । ନିକଟରେ ୟୁପିର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଟମାଟୋକୁ ସୁରକ୍ଷା ଦେବା ପାଇଁ ଜଣେ ଦୋକାନୀ ରଖିଥିଲେ ବାଉନ୍ସର । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଖବର ଭାଇରାଲ୍ ହେବା ପରେ ଦୋକାନୀଙ୍କ ବିରୋଧରେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ସେହିପରି ଆଉ ଏକ  ଖବର ସାମ୍ନାକୁ ଆସିଥିଲା ଯେ ୨ଟି ଟମାଟୋ ପାଇଁ ସ୍ତ୍ରୀ ନିଜ ସ୍ବାମୀକୁ ଛାଡି ଚାଲିଯାଇଛି । ତେବେ ଟମାଟୋକୁ ନେଇ ସୋସିଆଲ୍ ମିଡିଆରେ ଆଗକୁ ଆସିପାରେ ଅନେକ ଭିଡିଓ । 

You Can Read:

   Related Posts