ରାଜ ଉଆସରୁ ବାହାରିଲେ ୨ଟି ବିଶାଳକାୟ ଅଜଗର, ଆହୁରି ଥିବା ଅନୁମାନ
27/11/2022 at 11:32 AM

କେନ୍ଦୁଝର ୨୭।୧୧ : ବିଶାଳକାୟ ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପୁରୁଣା ବଜାର ସ୍ଥିତ ରାଜ ଉଆସରୁ ଦୁଇଟି ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ବନବିଭାଗ କର୍ମଚାରୀମାନେ ସାପ ଧରାଳି ସୁଦର୍ଶନ ସ୍ୱାଇଁଙ୍କ ସହାୟତରେ ଦୁଇଟି ସାପକୁ ଧରି ଘଞ୍ଚ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି ।
ଖବର ଅନୁଯାୟୀ, ପ୍ରବଳ ଶୀତ ଯୋଗୁଁ ବିରାଟକାୟ ଅଜଗର ସାପ ଦୁଇଟି ଗାତରୁ ବାହାରି ଖରାରେ ଶୋଇଥିଲେ । ସେଠାରେ ରହୁଥିବା ଲୋକମାନେ ସାପ ଦୁଇଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀମାନେ ସୁଦର୍ଶନଙ୍କ ସହ ମିଶି ସାପ ଦୁଇଟିକୁ ଧରି ସୁରକ୍ଷିତ ଭାବରେ ଘଞ୍ଚ ଜଙ୍ଗଲ ଭିତରେ ଛାଡ଼ିଦେଇଛନ୍ତି । ଏହି ସାପ ଦୁଇଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ରାଜ ଉଆସଟି ନଟିରେ ଭର୍ତ୍ତି ହୋଇଥିବାରୁ ସେଠାରେ ଆହୁରି ଅନେକ ସାପ ଥିବାର ଅନୁମାନ କରାଯାଉଛି।
Related Posts
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023