ଗାଁ ନିକଟ କେନାଲରୁ ୧୦ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେ ସାପ ଧରାଳୀ
28/05/2022 at 2:16 PM

ଯାଜପୁର ୨୮।୦୫ : ୧୦ ଫୁଟିଆ ଅଜଗର ସାପ ଉଦ୍ଧାର । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦଲକି ଗାଁରୁ ବିରାଟ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି ।
ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ଦଲକି ଗାଁ ନିକଟସ୍ଥ ନିର୍ମାଣାଧୀନ କେନାଲରେ ସାପଟି ଶୋଇଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ସୁକିନ୍ଦା ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ସୁକିନ୍ଦା ଅଞ୍ଚଳର ପ୍ରଶିକ୍ଷିତ ସାପ ଧରାଳୀ ସୌମ୍ୟଜିତ୍ ବେହୁରାଙ୍କ ସହଯୋଗରେ ସାପଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରିଥିଲେ। ଉଦ୍ଧାର ଅଜଗର ସାପର ଲମ୍ବ ପାଖାପାଖି ୧୦ ଫୁଟ ହେବ। ଖାଦ୍ୟ ଅନ୍ବେଷଣରେ ସେ ନିକଟସ୍ଥ ଜଙ୍ଗଲରୁ ଗ୍ରାମ ଆଡ଼କୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ତେବେ ଉଦ୍ଧାର ସାପଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଉପାୟରେ ଛାଡ଼ିଦିଆଯାଇଛି।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022