ସାପ ପାଟିରେ ସାପ: ଗିଳିଲା ପୁଣି ଓଗାଳିଲା

Published By : Prameya-News7 Bureau | August 21, 2020 IST

ଉଦଳା୨୧/୮:   ଏକ ବିଷାକ୍ତ ରଣା ସାପ ଖାଦ୍ୟ ଅନ୍ବେଷଣରେ ଆସି ଅନ୍ୟ ଏକ ସାପକୁ ଗିଳି ଦେଇଛି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଉଦଳା ଏନଏସି ୧୦ ନଂ  ଓ୍ବାର୍ଡର କୃପାସିନ୍ଧୁ ବେହେରାଙ୍କ ଘର ବାଡିରେ ଏକ ରଣା ସାପଟିଏ ପଶିଥିଲା। ପରିବାର ଲୋକେ ଦେଖିବା ପରେ ସ୍ନେକ ହେଲଫ୍ ଲାଇନ ସଦସ୍ୟ ଅଭିଜିତ୍ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ । ସ୍ନେକ ଲାଇଫ୍ ଲାଇନ ସଦସ୍ୟ ଅଭିଜିତ୍ ବେହେରା, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଂଚି ରଣା ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ରଣା ସାପଟି ଅନ୍ୟ ସାପ ଗିଳି ଦେଇଥିଲା ବେଳେ ପୁଣି ଓଗାଳିଥିଲା। ରଣା  ସାପଟି ଗିଳିଥିବା ସାପ ଓଗାଳିବା ପରେ ତାହାକୁ ଉଦ୍ଧାର କରାଯାଇ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ତେବେ ଏଭଳି ଏକ ଚିତ୍ର ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.