ଲମ୍ବ ୩ ଫୁଟ୍‌ର ନାଗ ସାପ, ଉତ୍ପାତ ସାଙ୍ଘାତିକ: ଛକାପଞ୍ଝା ଭିତରେ ୩ଟି ଚଢ଼େଇ ଛୁଆକୁ ଗିଳି ଦେଲା

Published By : Prameya-News7 Bureau | July 24, 2020 IST

ବାଙ୍କୀ୨୪/୭:  ବାଙ୍କୀର ରଗଡି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗତକାଲି ରାତିରେ ପୋଷା ଚଢେଇ ମାନଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗ ସାପ ଦେଖିବାକୁ ପାଇଲେ । ଭୟଭୀତ ହୋଇ ସାପଟିକୁ ବାହାର କରିବାକୁ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସାପ ଟି କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।

ଗତକାଲି ସନ୍ଧ୍ୟା ବେଳେ ସତ୍ୟ ବାବୁଙ୍କ ପଞ୍ଜୁରୀ ଭିତରେ ନାଗ ପଶି ତିନୋଟି ବଜରିଗର ଚଢେଇଙ୍କୁ ଖାଇଥିଲା । ତାପରେ ବସା ଭିତରେ ଅଣ୍ଡା କୁ ଖାଇବା ପାଇଁ ଉଦ୍ୟମ କରିଥିଲା, ଏହା ଦେଖି ଅନ୍ୟ ତିନୋଟି ଚଢେଇ ସାପ କୁ ଘେରି ଯାଇଥିଲେ, କିଛି ଏହି ପରି ଛକାପଞ୍ଝା ଲାଗି ରହିଥିଲା, । ମା ଚଢେଇ ମାନଙ୍କ ଆକ୍ରମଣରେ ଫେରିବା ବାଟ ନପାଇ ସାପ ଟି ବାଧ୍ୟ ହୋଇ ଗିଳି ଥିବା ଚଢ଼େଇଙ୍କୁ ବାନ୍ତି କରିଥିଲା ।

ତଥାପି ମା ଚଢେଇ ମାନେ ଆକ୍ରମଣ ଜରିବା ଜାରି ରଖିଥିଲେ ଏବଂ ସାପ ଟି ନିଜକୁ ରକ୍ଷା କରିବାକୁ ଯାଇ ଅଣ୍ଡା ଦେଇଥିବା ମାଟି ପାତ୍ର ଭିତରେ ପଶି ଯାଇଥିଲା  । ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ହୁକ ଦ୍ୱାରା ସାପ ଟିକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ନାଗ ଟି ଯେତେବେଳେ ତା ମୁଣ୍ଡ କୁ ମାଟି ପାତ୍ର ବାହାରକୁ ଆଣୁଥିଲା, ମା ଚଢେଇ ମାନେ

 ବାରମ୍ବାର ସାପ ମୁଣ୍ଡକୁ ନିଜ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ।  ଯାହା ଫଳରେ ସାପଟି ଆଉ ବସା ଭିତରୁ ଆଦୌ ବାହାରି ନଥିଲା । ବାଧ୍ୟ ହୋଇ   ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରି ଭିତରେ ହାତ ଭର୍ତ୍ତି କରି ପ୍ରଥମେ ଚଢେଇ ତିନୋଟି ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ମା ଚଢେଇ 3 ଟି କୁ ପଞ୍ଜୁରୀ ରୁ ବାହାର କରି ସାରିବା ପରେ  ସାପ ଟି ଆପେ ଆପେ ବସା ଭିତରୁ ବାହାରି ଆସିଥିଲା ।

 ତାପରେ ପଞ୍ଜୁରୀ ଭିତରୁ ସାପ ସହ ଅନ୍ୟ ତିନୋଟି ମୃତ ଚଢେଇ କୁ ଉଦ୍ଧାର କରାଯାଇଥିଲା । ସାପ ଟି କୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେରେ ଛାଡି ଦିଆ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି। ପଞ୍ଜୁରି ଟିର ତଳ ଭାଗରେ କଳଙ୍କି ଲାଗି ଏକ ବଡ଼ କଣା ସୃଷ୍ଟି ହେଇଥିଲା । ତେଣୁ ସେହି ଫାଙ୍କ ରାସ୍ତା ଦେଇ ସାଢେ ୩ ଫୁଟ ଲମ୍ବର ନାଗ ସାପ ଟି ପଞ୍ଜୁରି ଭିତରେ ପଶିଥିଲା ବୋଲି ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.