ଶୋଇଥିବା ବେଳେ କାମୁଡି ଦେଲା ବିଷାକ୍ତ ସାପ, ମହିଳା ମୃତ

Published By : Prameya-News7 Bureau | September 15, 2020 IST

କେନ୍ଦୁଝର, ୧୫|୯ : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ହଳଦୀ ବଟା ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ଟିକିନ ମୁଣ୍ଡାଙ୍କ ପତ୍ନୀ ଟୁରି ମୁଣ୍ଡା(୩୭) ।

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ  କାମୁଡ଼ି ଦେଇଥିଲା । ସେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ମେଡିକାଲ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସାହାରପଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ  ମୃତଦେହକୁ ଜବତ କରି ବ୍ୟବଛେଦ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.