ଶିଲାଇ ୧୪/୧: ଏହା ଏକ ସାପ ଏବଂ ୧୭ବର୍ଷ ଝିଅର ପ୍ରେମ କାହାଣୀ। ହିମାଚଳ ପ୍ରଦେଶରେ ରହୁଥିବା ଝିଅର ନାଁ ମନୀଷା। ମନୀଷାଙ୍କ ଶରୀରରେ ୩୪ଟି ସାପ କାମୁଡ଼ାର ଚିହ୍ନ ରହିଛି। ମନୀଷାଙ୍କ କହିବା ଅନୁସାରେ ସାପ ଦଂଶନ କଲେ ତାଙ୍କୁ ଆନନ୍ଦ ମିଳିଥାଏ। ତାଙ୍କୁ ଲାଗେ ସେ ବି ନାଗୁଣୀ ହୋଇଯାଇଛନ୍ତି। ସେ ସମ୍ମୋହିତ ହୋଇଯାଆନ୍ତି। ସେ କହନ୍ତି-“ ଯଦି କେହି ଅନ୍ୟ ପୁରୁଷ ମୋ ପାଖକୁ ଆସିଥାଏ ତେବେ ମୋ ନାଗ ଦେବତା ରାଗି ଯାଇଥାନ୍ତି। ନାଗ ଦେବତା ମୋତେ ନୂଆ ଲୁଗା ପିନ୍ଧିବାକୁ ଦିଅନ୍ତି ନାହିଁ।’’
ମନୀଷାଙ୍କ ଶରୀରରେ ୩୪ଟି ସାପ କାମୁଡ଼ାର ଚିହ୍ନ ରହିଛି ବୋଲି ଡାକ୍ତରମାନେ ସ୍ବିକାର କରୁଥିଲେ ମଧ୍ୟ ମନୀଷାଙ୍କ କାହାଣୀକୁ ବିଶ୍ବାସ କରୁନାହାନ୍ତି। ନାଗ ଏବଂ ନାଗୁଣୀର କାହାଣୀ ଆମେ ସମସ୍ତେ ଫିଲ୍ମ, ଧାରାବାହିକ ବ୍ୟତୀତ ପୁସ୍ତକରେ ମଧ୍ୟ ପଢ଼ିଛୁ।
wp:gallery {"ids":[73735]}ନାଗ ସାପଟି ମନୀଷାଙ୍କୁ ମାସରେ ୪/୫ଥର ଏବଂ କେବେ କେବେ ଦିନରେ ୨/୩ଥର ମଧ୍ୟ କାମୁଡ଼ିଛି। କିନ୍ତୁ ମନୀଷାଙ୍କୁ ଏହା କିଛି ପ୍ରଭାବ ପକାଇନଥାଏ। ସେ ମଧ୍ୟ ସାପକୁ ଭୟ କରି ନଥାନ୍ତି।
ମନୀଷାଙ୍କ କହିବା ଅନୁସାରେ ‘‘ଯଦି କେହି ମୋତେ ପ୍ରପୋଜ କରିଥାଏ କିମ୍ବା ବନ୍ଧୁତା ସ୍ଥାପନ କରିବାକୁ ଚାହିଁଥାଏ ତେବେ ନାଗସାପ ରାଗିଯାଇଥାଏ। ମୁଁ ନୂଆ ଲୁଗା ପିନ୍ଧିଲେ କିମ୍ବା ବେଶୀ ଖୁସି ହେଲେ ନାଗ ସାପ ପସନ୍ଦ କରିନଥାନ୍ତି। ଯଦି ଏପରି କିଛି ହୋଇଥାଏ ତେବେ ନାଗଦେବତା ହଠାତ୍ ପ୍ରକଟ ହୋଇଯାଆନ୍ତି ଏବଂ ମୁଁ ତାଙ୍କୁ ଦେଖି ସମ୍ମୋହିତ ହୋଇଯାଏ। ମୋତେ ତାଙ୍କ ଛଡ଼ା ଆଉ କିଛି ଦେଖାଯାଏ ନାହିଁ। ସେ ହଠାତ୍ ମୋତେ ଦଂଶନ କରି ଚାଲିଯାଆନ୍ତି। ଶରୀରରେ ସାପ କାମୁଡ଼ାର ଚିହ୍ନ ଥାଏ କିନ୍ତୁ ବିଷ ନଥାଏ।’’
wp:gallery {"ids":[73736]}କିନ୍ତୁ ଏହି ସାପଟି ମନୀଷାଙ୍କ ଛଡ଼ା ଆଉ କାହାକୁ ଦେଖାଯାଇନଥାଏ। କିନ୍ତୁ ଏହି ସାପଟିକୁ ମନୀଷାଙ୍କ ସାଙ୍ଗ ରବୀନା ଦେଖିଛନ୍ତି। ମନୀଷା ଆହୁରି ମଧ୍ୟ କହିଛନ୍ତି ‘ସାପଟି ମୋତେ ଦଂଶନ କଲେ ମୁଁ ମଧ୍ୟ ନାଗୁଣୀ ହୋଇଯାଇଥାଏ।’’
wp:galleryମନୀଷାଙ୍କ ପରିବାର ଲୋକେ ତାଙ୍କୁ ଗୁଣିଆ ଦେଖାଇଛନ୍ତି କି ନାହିଁ ପଚରାଯାଇଥିଲା। ସେସବୁ ତାଙ୍କୁ ପସନ୍ଦ ନୁହେଁ ବୋଲି ସେ ଉତ୍ତରରେ କହିଥଲେ। ମନୀଷା କହିଥିଲେ ‘ନାଗସାପଙ୍କ ଦଂଶନ ମୋତେ ଭଲ ଲାଗିଥାଏ। ମୁଁ ତାଙ୍କୁ ବହୁତ ଭଲ ପାଏ।’’ ଗୁଣିଆଙ୍କ କହିବା ଅନୁସାରେ ପୂର୍ବ ଜନ୍ମରେ ମନୀଷାଙ୍କ ନାଗ ସାପଙ୍କ ସହ ସମ୍ପର୍କ ଥିଲା।