ଆପଣ ମାନେ ମୋଦିଜୀଙ୍କୁ ଭୋଟ ଦିଅନ୍ତୁ, ରାଜ୍ୟରେ ବିକାଶର ବର୍ଷା ହେବ- ସ୍ମୃତି ଇରାନୀ

Published By : Prameya-News7 Bureau | May 25, 2024 IST

ଜଗତସିଂହପୁର ୨୫।୦୫: ଲୋକତନ୍ତ୍ରରେ ଆପଣ ମାନେ ଜଣେ ଜଣେ ହନୁମାନ ସାଜି ରାଜ୍ୟରେ ଅନ୍ୟାୟ ଅତ୍ୟାଚାରକୁ ପୋଡି ଦେବା । ଏଥିପାଇଁ ମୋଦିଙ୍କୁ ଭୋଟ ଦିଅନ୍ତୁ ବୋଲି ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ ଠାରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇ ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । 

ସଭା ସମୟରେ ବର୍ଷା ହେବାର ଦେଖି, ମୋଦିଙ୍କ ନା ଶୁଣିଲେ ଭଗବାନ ବି ବର୍ଷା କରୁଛନ୍ତି । ଆପଣ ମାନେ ମୋଦିଜୀଙ୍କୁ ଭୋଟ ଦିଅନ୍ତୁ ରାଜ୍ୟରେ ବିକାଶର ବର୍ଷା ହେବ ବୋଲି ଶ୍ରୀମତୀ ଇରାନୀ କହିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ବିଭିନ୍ନ ଯୋଜନାରେ ଦେଉଥିବା ଆର୍ଥିକ ଅନୁଦାନ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ଏଥର ରିମୋର୍ଟ କଣ୍ଟ୍ରୋଲ ସରକାରକୁ ହଟାନ୍ତୁ ବୋଲି ଭୋଟର ମାନଙ୍କୁ ବକ୍ତବ୍ୟରେ କହିଥିଲେ। ବିଜେପି ଆସିଲେ ରତ୍ନଭଣ୍ଡାର ଚାବି ଚୋରୀର ତଦନ୍ତ ହେବା ସହ ମାଗଣା ସୋଲାର ବିଜୁଳି ଓ ସୁଭଦ୍ରା ଯୋଜନାର ସୁଫଳ ଘରେ ଘରେ ପହଞ୍ଚିବ ବୋଲି ସୂଚନା ଦେଇଥିଲେ। ଏହି ସଭାରେ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଙ୍କ ସହ ଦଳର ବହୁବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ରହି ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.