ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଲୋକସଭାରେ ଆଗତ ହେଲା ଝିଅମାନଙ୍କ ବିବାହ ବୟସ ବୃଦ୍ଧି ସମ୍ପର୍କିତ ‘ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଧେୟକ-୨୦୨୧’

21/12/2021 at 4:49 PM

ନୂଆଦିଲ୍ଲୀ ୨୧।୧୨:  ଝିଅମାନଙ୍କ ବିବାହ ବୟସ ବୃଦ୍ଧି ସମ୍ପର୍କିତ ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଧେୟକ-୨୦୨୧ କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ତେବେ ବିଧେୟକକୁ ସଂସଦରେ କଂଗ୍ରେସ ସମେତ  ତୃଣମୂଳ କଂଗ୍ରେସ, ଏନସିପି, ଡିଏମକେ, ଏଆଇଏମଆଇଏମ, ଶିବସେନା, ଆରଏସପି ଓ ବିଜେଡି ଆଦି ଦଳମାନେ ତୀବ୍ର ବିରୋଧ କରିଥିଲେ।

ତେବେ ବିଧେୟକକୁ ଆମେ ବିରୋଧ କରୁ ନାହୁଁ, ହେଲେ ଏହାକୁ ଲୋକସଭାରେ ଉପସ୍ଥାପନ ପୂର୍ବରୁ ବିଧେୟକର ବିସ୍ତୃତ ବିଚାରବିମର୍ଶ ପାଇଁ ସଂସଦ ସ୍ଥାୟୀ କମିଟିକୁ ପଠାଯିବା ଜରୁରି ବୋଲି ବିରୋଧୀ ଦଳମାନେ କହିଥିଲେ। ଏହାର ଜବାବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ  ଝିଅ ଓ ମହିଳାଙ୍କ ଶସକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ବିଧେୟକ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ସଂସଦରେ ବିଧେୟକକୁ ବିରୋଧ କରି ସାଂସଦମାନେ ନିଜ ଆସନରେ ବସି କରୁଥିବା ହୋ ହଲ୍ଲା  ମହିଳା ଓ ଝିଅଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଭଳି ହେଉଥିବା ସ୍ମୃତି ଇରାନୀ କହିଥିଲେ।

ବିରୋଧୀ ଦଳ ସଦସ୍ୟ ଯଦି ସାମାନ୍ୟ ଅପେକ୍ଷା କରନ୍ତେ ଓ ତାଙ୍କ କଥା ଶୁଣନ୍ତେ ତେବେ ଜାଣନ୍ତେ ଯେ ସେ ନିଜେ ଏହାକୁ ସଂସଦ ସ୍ଥାୟୀ ସମିତିକୁ ଅଧିକ ବିଚାରବିମର୍ଶ ନିମନ୍ତେ ପଠାଇବାକୁ ପ୍ରସ୍ତାବ କରିଥିଲେ କି ନାହିଁ। ତେବେ ସବୁ ଧର୍ମ, ଜାତି ଓ ସମ୍ପ୍ରଦାୟରେ ବିବାହ ଦୃଷ୍ଟିରୁ ମହିଳାମାନଙ୍କୁ ସମାନତା ମିଳିବା ଦରକାର । ଏଣୁ ଉଭୟ ଯୁବକ ଓ ଯୁବତୀଙ୍କ ବିବାହ ଆୟୁ ଦେଶରେ ୨୧ ବର୍ଷ ହେବା ଦରକାର ବୋଲି ସ୍ମୃତି ଇରାନୀ ସଂସଦକୁ କହିଥିଲେ।

କଂଗ୍ରେସ ସଂସାଦ ଅଧିର ରଞ୍ଜନ ଚୌଧୁରୀ ଏହି ବିଧେୟକକୁ ସପ୍ଲିମେଣ୍ଟ୍ରି କାର୍ଯ୍ୟ ସୂଚୀରେ ଆଣାଯାଇଥିବାର କହିଥିଲେ। ଏହା ଏକ ତରବରିଆ କାର୍ଯ୍ୟ ହୋଇଥିବା ବେଳେ ସରକାର ଆଜିକାଲି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଏହି ପ୍ରକାରେ ସଂସଦରେ ଗୃହୀତ କରାଇ ନେଉଥିବା ଅଭିଯୋଗ କରିଥିଲେ। ଏ କ୍ଷେତ୍ରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପୁଣି ଥରେ ସେହି ରାସ୍ତାରେ ସଂସଦକୁ ଆଣିଥିବା ବିଧେୟକର ନା ତ ବିଭିନ୍ନ ପକ୍ଷଧରଙ୍କ ସହ ଆଲୋଚନା ହୋଇଛି ନା ରାଜ୍ୟ ସରକାର ମାନଙ୍କ ସହ  ଏ ନେଇ କୌଣସି ବିଚାର ବିମର୍ଶ ହୋଇଛି। ଏଣୁ ଏପରି ବିଧେୟକକୁ ବିସ୍ତୃତ ଚର୍ଚ୍ଚା ଲାଗି ମନ୍ତ୍ରୀ ସଂସଦ ସ୍ଥାୟୀ କମିଟିକୁ ଯିବା ଦରକାର ବୋଲି ଚୌଧୁରୀ କହିଥିଲେ।

ଚୌଧୁରୀଙ୍କ ନିବେଦନକୁ କଂଗ୍ରେସର ଗୌରବ ଗୋଗଇ, ତୃଣମୂଳ କଂଗ୍ରେସର ସୌଗତ ରାୟ ସମର୍ଥନ କରିଥିଲେ। ଯେଉଁ ପ୍ରକାରେ ବିଧେୟକକୁ ସଂସଦରେ ଉପସ୍ଥାପନ କରାଯାଉଛି ଏହାକୁ ଆମେ ବିରୋଧ କରୁଛୁ ବୋଲି ସେମାନେ କହିଥିଲେ। ସେହିପରି ଆଇୟୁଏମଏଲ ସାଂସଦ ଇ.ଟି.ମହମ୍ମଦ ବଶିର ବିଧେୟକକୁ ଅସାମ୍ବିଧାନିକ କହିବା ସହ ଏହାର ଦୂରଗାମୀ ପ୍ରଭାବ ସମାଜ ଉପରେ ପଡିବ ବୋଲି କହିଥିଲେ। ଏହା ଦ୍ୱାରା ମୁସଲମାନ ପର୍ସନାଲ ଲ ପ୍ରଭାବିତ ହେଉଥିବାର ସେ କହିଛନ୍ତି। ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ବିଧେୟକ ସ୍ୱାଧୀନତାର ସାମ୍ବିଧାନିକ ଅଧିକାର ବିରୋଧୀ ବୋଲି କହିଛନ୍ତି।

   Related Posts