ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମହିଳା କ୍ରିକେଟରଙ୍କୁ ମାଲାମାଲ୍ କଲା WPL, ବାବର ଆଜମଙ୍କଠୁ ଡବଲ୍ ହେଲା ସ୍ମୁତି ମନ୍ଧାନାଙ୍କ ଦରମା

14/02/2023 at 5:59 PM

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍(WPL)ର ପ୍ରଥମ ସଂସ୍କରଣ ପାଇଁ ଆୟୋଜିତ ମେଗା ନିଲାମ ସୋମବାର ସଂପନ୍ନ ହୋଇଛି। ମୋଟ୍ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କରିଛନ୍ତି। ଦୁନିଆରେ ସଂପ୍ରତି ଅନେକ କ୍ରିକେଟ୍ ଲିଗ୍ ଖେଳା ଯାଉଛି, ଯାହା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ମହିଳା ପ୍ରିମିୟର ଲିଗ୍‌କୁ ସମସ୍ତ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଥିଲେ, କାରଣ ଭାରତରେ କ୍ରିକେଟ୍ ବଜାରରେ ଖେଳାଳିଙ୍କ ଉପରେ ଖୁବ୍ ଟଙ୍କା ବର୍ଷା ହୋଇଥାଏ। ଆଉ ଗତକାଲି ନିଲାମରେ ଏହା ହିଁ  ହୋଇଛି।

ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ଖେଳାଳିଙ୍କ ଉପରେ ଖୁବ୍ ଟଙ୍କା ବର୍ଷା ହୋଇଛି। କିଛି ଖେଳାଳି ତ ଏତେ ମାଲାମାଲ୍ ହୋଇଛନ୍ତି ଯେ, ସେମାନେ ପୁରୁଷ କ୍ରିକେଟ୍‌ରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଭାରତୀୟ ଦଳର ତାରକା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ଉପରେ ଖୁବ୍ ଟଙ୍କା ବର୍ଷିଛି। ସେ ୩.୪୦ କୋଟି ଟଙ୍କାରେ ସବୁଠୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। କେବଳ ଏତିକି ନୁହେଁ ପାକିସ୍ତାନ ସୁପର ଲିଗ୍‌ର ସବୁଠୁ ମହଙ୍ଗା ଖେଳାଳି ବାବର ଆଜମ ମଧ୍ୟ ମନ୍ଧାନାଙ୍କଠୁ ବହୁତ ପଛରେ ଅଛନ୍ତି।

ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା

ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଦୁନିଆର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ। ପାକିସ୍ତାନ ସୁପର ଲିଗ୍‌ରେ ସେ ସଂପ୍ରତି ପେଶାଓ୍ଵର ଜାଲମୀ ତରଫରୁ ପ୍ରତିନିଧିତ୍ଵ କରୁଛନ୍ତି। ତାଙ୍କୁ ପ୍ରତି ସଂସ୍କରଣରେ ଏକ କୋଟି ୫୦ ଲକ୍ଷ ଟଙ୍କା ମିଳୁଛି। ପାକିସ୍ତାନ ଟଙ୍କା ହିସାବରେ ଏହି ରାଶି ୩ କୋଟି ୬୦ ଲକ୍ଷ ଟଙ୍କା ହେବ। କିନ୍ତୁ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧.୫୦ କୋଟି ଟଙ୍କାରୁ କମ ହେବ। ଆଉ ସ୍ମୃତିଙ୍କ ଦରମା ବାବରଙ୍କଠୁ ଦ୍ଵିଗୁଣ ରହିଛି।

ଅନ୍ୟପକ୍ଷେ ଭାରତୀୟ ଖେଳାଳି ସ୍ମୃତି ମନ୍ଧାନାଙ୍କୁ ମହିଳା ପ୍ରିମିୟର ପ୍ରତିଟି ସିଜିନରେ ୩ କୋଟି ୪୦ ଲକ୍ଷ ଟଙ୍କା ମିଳିବ। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏତେ ମୂଲ୍ୟ ଦେଇ ନିଜ  ଦଳରେ ସାମିଲ୍ କରିବାରେ ସଫଳ ହୋଇଛି। ସେ ଆରସିବିର ଅଧିନାୟକ ମଧ୍ୟ ହୋଇ ପାରନ୍ତି। ମହିଳା ପ୍ରିମିୟର ଲିଗ୍‌ରେ ଏମିତି ସାତ ଜଣ ଖେଳାଳି ଅଛନ୍ତି ଯାହାଙ୍କୁ ୨ କୋଟି କିମ୍ବା ସେଥିରୁ ଅଧିକ ମୂଲ୍ୟ ମିଳିଛି। ସେଥିରୁ ତିନି ଖେଳାଳିଙ୍କୁ ତିନି କୋଟିରୁ ଅଧିକ ରାଶି ମିଳିଛି।

ଉଲ୍ଲେଖଯୋଗ୍ୟ, ମହିଳା ପ୍ରିମିୟର ଲିଗ୍‌ରେ ଦଳଗୁଡିକର ବଜେଟ୍ ମାତ୍ର ୧୨ କୋଟି ରହିଥିଲା। ଏମିତିରେ କୌଣସି ଖେଳାଳିଙ୍କୁ ୩ କୋଟିରୁ ଅଧିକ ଟଙ୍କା ମିଳିବା ବହୁତ ବଡ କଥା। କାରଣ ଏହା ଦଳ ବଜେଟ୍‌ର ୩୦ ପ୍ରତିଶତରୁ ଅଧିକ ଭାଗ ନେଇ ଯାଉଛି। ଏହି କାରଣରୁ ମହିଳା ପ୍ରିମିୟର ଲିଗ୍‌କୁ ଐତିହାସିକ କୁହାଯାଉଛି।

   Related Posts