ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ପାଇଁ ଖେଳାଳି ନିଲାମୀ ଶେଷ ହୋଇଛି। ପ୍ରଥମ ଡବ୍ଲୁପିଏଲ୍ ନିଲାମୀରେ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଥିଲେ। ୩.୪ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କିଣିଥିଲା। ଏବେ ମିଳିଥିବା ଖବର ଅନୁସାରେ, ସ୍ମୃତି ଡବ୍ଲୁପିଏଲ୍ରେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଏନେଇ ଆର୍ସିବି ଟ୍ୱିଟର ହ୍ୟାଣ୍ଡେଲ୍ର ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି।
ଏହି ଭିଡିଓରେ ଆଇପିଏଲ୍ର ଆର୍ସିବିର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି, ବର୍ତ୍ତମାନର କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ଙ୍କ ସ୍ମୃତି ମନ୍ଧାନା କ୍ୟାପ୍ଟେନଙ୍କ କ୍ୟାପ୍ଟେନ୍ସିପ୍ ଘୋଷଣା କରିଚନ୍ତି। ଭିଡିଓରେ ସ୍ମୃତି ମଧ୍ୟ କ୍ୟାପ୍ଟେନ୍ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବେ ବୋଲି କହୁଥିବା ଦେଖାଯାଉଛି।
wp:html/wp:htmlFrom one No. 18 to another, from one skipper to another, Virat Kohli and Faf du Plessis announce RCB’s captain for the Women’s Premier League - Smriti Mandhana. #PlayBold #WPL2023 #CaptainSmriti @mandhana_smriti pic.twitter.com/sqmKnJePPu
— Royal Challengers Bangalore (@RCBTweets) February 18, 2023
ଭିଡିଓରେ ବିରାଟ ଆର୍ସିବିରେ ତାଙ୍କର ୧୦ ବର୍ଷରେ କ୍ୟାପ୍ଟେନ୍ସିପ୍କୁ ମନେ ପକାଇଛନ୍ତି। କ୍ୟାପ୍ଟେନ୍ ଭାବେ ଆର୍ସିବିର ୧୦ ବର୍ଷ ସ୍ମରଣୀୟ ହୋଇ ରହିବ। ତା ଛଡ଼ା ବର୍ତ୍ତମାନର କ୍ୟାପ୍ଟେନ୍ ଡୁପ୍ଲେସିସ୍ ବି ଭଲ କାମ କରୁଛନ୍ତି। ଆଉ ଏବେ ସ୍ମୃତି ମନ୍ଧାନ ଆର୍ସିବିରି ମହିଳା ଦଳର କ୍ୟାପ୍ଟେନ୍ ହେବେ ବୋଲି ବିରାଟ କହିଛନ୍ତି। ଡୁପ୍ଲେସିସ୍ ମଧ୍ୟ ମନ୍ଧାନାଙ୍କୁ ବଧେଇ ଜଣାଇଛନ୍ତି।
ସୂଚନା ଥାଉକି ଫେବ୍ରୁଆରୀ ୧୩ ତାରିଖରେ ଡବ୍ଲୁପିଏଲ୍ ପାଇଁ ନିଲାମୀ ହୋଇଥିଲା। ଏହି ନିଲାମୀରେ ମୋଟ ୪୦୯ ମହିଳା କ୍ରିକେଟରଙ୍କୁ ସ୍ଥାନ ମିଳିଥିଲା। ନିଲାମୀ ପ୍ରକ୍ରିୟାରେ ୫ ଫ୍ରାଞ୍ଚାଇସଙ୍କ ଅଂଶଗ୍ରହଣ କରିଥିଲେ। WPL-2023 ଅକ୍ସନ ପାଇଁ ବିଶ୍ୱର ପ୍ରାୟ ୧୫୨୫ଙ୍କ ଖେଳାଳି ପଞ୍ଜିକରଣ କରିଥିବା ବେଳେ ୪୦୯ଙ୍କୁ ସର୍ଟ ଲିଷ୍ଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୪୬ଜଣ ଭାରତୀୟ ରହିଥିବା ବେଳେ ୧୬୩ଜଣ ବିଦେଶୀ ଖେଳାଳି ରହିଥିଲେ।
WPLର କିଛି ମହଙ୍ଗା ଖେଳାଳି
ସ୍ମୃତି ମନ୍ଧାନା(ଭାରତ)- ୩.୪ କୋଟି, ଆରସିବି
ଏଶ୍ଲେ ଗାର୍ଡନର(ଅଷ୍ଟ୍ରେଲିଆ)- ୩.୩ କୋଟି, ଜିଜି
ନେଟ୍ ସାଇବର ବ୍ରଣ୍ଟ(ଇଂଲଣ୍ଡ)- ୩.୨ କୋଟି, ଏମଆଇ
ଦୀପ୍ତି ଶର୍ମା(ଭାରତ)- ୨.୬ କୋଟି, ୟୁପିଡବ୍ଲ୍ୟୁ
ଜେମିମା ରୋଡ୍ରିଗ୍ସ(ଭାରତ)- ୨.୨ କୋଟି, ଡିସି
ଶେଫାଳି ବର୍ମା(ଭାରତ)- ୨ କୋଟି, ଡିସି
ବେଥ ମୁନି(ଅଷ୍ଟ୍ରେଲିଆ)- ୨.୦ କୋଟି, ଜିଜି
ହରମନପ୍ରୀତ କୌର(ଭାରତ)- ୧.୮ କୋଟି, ଏମଆଇ
ସୋଫି ଆକ୍ଲେଷ୍ଟୋନ(ଇଂଲଣ୍ଡ)- ୧.୮ କୋଟି, ୟୁପିଡବ୍ଲ୍ୟୁ