ସ୍ମୃତି-ପଲାଶଙ୍କ ରିଲେଶନସିପ୍‌କୁ ପୂରିଲା ୫ ବର୍ଷ, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

Published By : Prameya-News7 Bureau | July 09, 2024 IST

ମୁମ୍ଵାଇ ୦୯।୦୭: ଭାରତୀୟ ଦଳର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମନ୍ଦନା। ଭାରତର ଉଜ୍ଜ୍ୱଳ ଖେଳାଳି ମଧ୍ୟରୁ ଜଣେ । ସ୍ମୃତି ତାଙ୍କ ପ୍ରେମ ଜୀବନ ପାଇଁ ଲାଇମଲାଇଟରେ ଛନ୍ତି। ସ୍ମୃତି କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି ବରଂ ପ୍ରେମ ପଡ଼ିଆରେ ମଧ୍ୟ ଚାରି ଓ ଛକା ମାରିଛନ୍ତି। ଆପଣ ଜାଣନ୍ତି କି ସ୍ମୃତି ମନ୍ଦନାଙ୍କ ପ୍ରେମିକା କିଏସେମାନଙ୍କ ସମ୍ପର୍କକୁ ବର୍ଷ ବିତିଗଲାଣି ବୋଲି କ୍ରିକେଟର ଏବେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଖବ୍‌ ଭାଇରାଲ ହେଉଛି। ଯେଉଁଥିରେ ସ୍ମୃତି ମନ୍ଦନା ତାଙ୍କ ପ୍ରେମିକ ତଥା ମ୍ୟୁଜିକ୍‌ କମ୍ପୋଜର ପଲାଶ ମୁଚାଲଙ୍କ ସହ କେକ୍ କାଟିଥିବାର ନଜର ଆସିଛନ୍ତି।



୨୭ ବର୍ଷ ବର୍ଷର ସ୍ମୃତି ଏବଂ ୨୯ ବର୍ଷିୟ ପଲାଶଙ୍କ ମଧ୍ୟରେ ସମ୍ପର୍କର ଖବର ସମୟ କ୍ରମେ ଗତିଶୀଳ ହେବାରେ ଲାଗିଥିଲା।  କିନ୍ତୁ ଉଭୟ ସେଲିବ୍ରିଟି ଏଥିରେ ପ୍ରତିକ୍ରିୟା ପ୍ରକାଶ କରିନଥିଲେ। କିନ୍ତୁ ପଲାଶ ମୁଚାଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ସ୍ମୃତିଙ୍କ ସହ ତାଙ୍କର ସମ୍ପର୍କ ପାଞ୍ଚ ବର୍ଷ ପୂରଣ ହୋଇଛି।


ପଲାଶ-ସ୍ମୃତିଙ୍କ ସହ କେକ୍ କାଟିବାର ଦୁଇଟି ଫଟୋ ସେୟାର କରିଥିଲେ । ଏହା ସହ କ୍ୟାପସନରେ ହ୍ୟାସଟ୍ୟାଗ୍ ଲେଖିଥିଲେ ଏବଂ ଏକ ହୃଦୟ ଇମୋଜି ଦେଇଥିଲେ। ଏହା ସହିତ ସ୍ମୃତି ଏବଂ ପଲାଶଙ୍କ ମଧ୍ୟରେ ଥିବା ସମ୍ପର୍କର ଖବର ନିଶ୍ଚିତ ହୋଇଛି । ଏହି ପୋଷ୍ଟରେ ୟୁଜର୍ସଙ୍କ ଠାରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.