ଆଇସିସି ମହିଳା ଦିନିକିଆ ବ୍ୟାଟିଂ ତାଲିକା, ଅଷ୍ଟମ ସ୍ଥାନକୁ ଉଠିଲେ ମନ୍ଧନା

Published By : Prameya-News7 Bureau | July 06, 2022 IST

ଦୁବାଇ ୦୬।୦୭ : ସଦ୍ୟ ଘୋଷିତ ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଭାରତର ସ୍ମୃତି ମନ୍ଧନା ଓ ସେଫାଳି ବର୍ମାଙ୍କ ସ୍ଥାନରେ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାର ଶ୍ରେଷ୍ଠ-୧୦ରେ ୨ଟି ପରିବର୍ତ୍ତନ ଘଟିଛି । ମନ୍ଧନା ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଇଂଲଣ୍ଡର ଟାମି ବିଉମଣ୍ଟନବମକୁ ଖସିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ମନ୍ଧନା ଅପରାଜିତ ୯୪ରନ୍‌ କରିଥିଲେ । ଅଷ୍ଟ୍ରେଲିଆର ଆଲିସା ହିଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ସେହିପରି ସେଫାଳି କ୍ୟାରିୟର ଶ୍ରେଷ୍ଠ ୩୬ତମ, ଦୀପ୍ତି ୨୯ତମ, ପୂଜା ବସ୍ତ୍ରାକାର ୬୧ତମ, ମେଘନା ସିଂହ ୧୦୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲିଂ ଓ ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ-୧୦ରେ କୌଣସି ପରିବର୍ତ୍ତନ ଘଟିଥିଲା । ବୋଲିଂ ତାଲିକାରେ ଭାରତର ଝୁଲଣ ଗୋସ୍ୱାମୀ ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ରାଜେଶ୍ୱରୀ ଗାଏକୱାଡ ୧୧ତମ, ମେଘନା ୪୭ତମ, ବସ୍ତ୍ରାକାର ୫୦ତମ, ରେଣୁକା ସିଂହ ୬୫ତମ ଏବଂ ଶ୍ରୀଲଙ୍କାର ଇନୋକା ରଣାବୀରା ୨୧ତମ ସ୍ଥାନରେ ରହିଛନ୍ତି । ବୋଲିଂରେ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍‌ ଓ ଅଲରାଉଣ୍ଡରରେ ଇଂଲଣ୍ଡର ନତାଲି ସ୍କିଭରଙ୍କ ଏକ ନମ୍ବର ସ୍ଥାନ ଅପରିବର୍ତ୍ତିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.