scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ, ଭାଙ୍ଗିଲେ ନିଜ ରେକର୍ଡ, ୨୩ ବଲ୍‌ରୁ ହାସଲ କଲେ ଅର୍ଦ୍ଧଶତକ

6/08/2022 at 4:31 PM

ବର୍ମିଂହାମ: ବର୍ମିଂହାମରେ ଜାରି ରାଜ୍ୟଗୋଷ୍ଠୀ ୨୦୨୨ର ସେମି ଫାଇନାଲ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଓପନର ସ୍ମୃତି ମନ୍ଧାନା ଧୂଆଁଧାର ଆରମ୍ଭ ଦେଇଛନ୍ତି। ଏହି ମ୍ୟାଚ୍‌ର ପାଓ୍ଵାର ପ୍ଲେରେ ହିଁ ସ୍ମୃତି ମନ୍ଧାନା ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏଥିସହ ସେ ନିଜର ଏକ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସ୍ମୃତି ପୂର୍ବରୁ ହିଁ ଭାରତ ପାଇଁ ମହିଳା ଟି-୨୦ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ବ୍ୟାଟସମ୍ୟାନ ହୋଇଥିଲେ।

ମନ୍ଧାନା ଇଂଲଣ୍ଡ ବିପକ୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲରେ ମାତ୍ର ୨୩ ବଲରୁ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୮ ଚୌକା ଏବଂ ୨ ଛକା ସହିତ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୧୭ରୁ ଅଧିକ ରହିଥିଲା। ଭାରତ ପାଇଁ ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏହା ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ। କେବଳ ଏତିକି ନୁହେଁ ପୂର୍ବରୁ ହିଁ ଏହି ରେକର୍ଡ ସ୍ମୃତି ମନ୍ଧାନାଙ୍କ ନାମରେ ଥିଲା। ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ୨୪ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ସ୍ମୃତି ମନ୍ଧାନା ଇଂଲଣ୍ଡ ବିପକ୍ଷରେ ୨୦୧୮ରେ ଟି-୨୦ ଅନ୍ତର୍ଜାତୀୟରେ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ପରି ଦ୍ରୁତତମ ଅର୍ଦ୍ଧଶତକର ପ୍ରଥମ ତିନୋଟି ସ୍ଥାନରେ ମନ୍ଧାନାଙ୍କ ନାମ ହିଁ ରହିଛି। ସେମି ଫାଇନାଲ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ମହିଳା ଦଳ ୧୪ ଓଭରରେ ୩ ଓ୍ଵିକେଟ୍ ହରାଇ ୧୧୩ ରନ କରିଛି।

   Related Posts