ଶାଶୁ ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଝିଅ ସହ ଭାବି ଜ୍ବାଇଁଙ୍କ ଫଟୋ କଲେ ସେୟାର
6/02/2023 at 9:34 PM

ନୂଆଦିଲ୍ଲୀ, ୦୬/୦୨: ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶାନେଲ ଇରାନୀ। ୭ ଫେବୃଆରୀ ରୁ ୯ ଫେବୃଆରୀ ମଧ୍ୟରେ ରାଜସ୍ଥାନର ଖୀବସର ଦୁର୍ଗରେ ଶାନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଶାନେଲଙ୍କ ବିବାହ ଅର୍ଜୁନ୍ ଭଲ୍ଲାଙ୍କ ସହ ହେବାକୁ ଯାଉଛି।
କିଛି ଦିନ ପୂର୍ବେ ସ୍ମୃତି ଇରାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଝିଅ ଶାନେଲ ଏବଂ ହେବାକୁ ଯାଉଥିବା ଜ୍ବାଇଁ ଅର୍ଜୁନ୍ ଭଲ୍ଳାଙ୍କ ଫଟୋ ଶେୟାର କରି ଖୁସି ଜାହିର କରିଥିଲେ। ସେ ଲେଖିଥିଲେ, ‘’ଅର୍ଜୁନ୍ ଭଲ୍ଳା ଆମ ହୃଦୟରେ। ଆମ ପରିବାରରେ ଆପଣଙ୍କୁ ସ୍ବାଗତ।’ ଆହୁରି ମଧ୍ୟ ମଜାଳିଆ ଢ଼ଙ୍ଗରେ ସ୍ମୃତି ଇରାନୀ କହିଥିଲେ ‘‘ଆପଣଙ୍କୁ ଶ୍ବଶୁର ଭାବରେ ଜଣେ ପାଗଳ ବ୍ୟକ୍ତିଙ୍କ ସମ୍ଭାଳିବାକୁ ହେବ ଏହାଠାରୁ ବି ଖରାପ ଜଣେ ଶାଶୁ ଭାବରେ ଆପଣଙ୍କୁ ମୁଁ ମିଳିଛି’’। (ଆପଣଙ୍କୁ ଅଧିକାରିକ ଭାବରେ ଚେତାବନୀ ଦିଆଯାଇଛି), ଭଗବାନ ଆଶୀର୍ବାଦ କରନ୍ତୁ।’’
ସୂଚନାଥାଉ ଶାନେଲ ଇରାନୀ ଜଣେ ଆଡଭୋକେଟ୍ ଏବଂ ସେ ମୁମ୍ବାଇରେ ସ୍କୁଲ ପାଠ ପଢ଼ିଛନ୍ତି। ଉଚ୍ଚଶିକ୍ଷା ପାଇଁ ଶାନେଲ ଆମେରିକା ଯାଇଥିଲେ ଏବଂ ଜର୍ଜ ଟାଉନ ୟୁନିଭର୍ସିଟିରେ ସେ ଲ’ ଡିଗ୍ରୀ ହାସଲ କରିଛନ୍ତି। ଶାନେଲ ଇରାନୀ ଜୁବୀନ ଏବଂ ତାଙ୍କ ପ୍ରଥମ ପତ୍ନୀ ମୋନା ଇରାନୀଙ୍କ ଝିଅ। ସେହିଭଳି ସ୍ମୃତି ଏବଂ ଜୁବିନ ଇରାନୀଙ୍କର ଦୁଇ ସନ୍ତାନ ରହିଛନ୍ତି ପୁଅ ଜୋର ଏବଂ ଝିଅ ଜୋଇଶ। ଅର୍ଜୁନ୍ ଭଲ୍ଲାଙ୍କ ବିଷୟରେ ଅଧିକ ସୂଚନା ନଥିଲେ ବି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ସେ ଲଣ୍ଡନରେ ଏମବିଏ କରିଛନ୍ତି।