ବିଜେଡ଼ି ଉପରେ ବର୍ଷିଲେ ସ୍ମୃତି ଇରାନୀ; ବିଜେଡି ଦେଲା ମୁହଁତୋଡ ଜବାବ
7/10/2018 at 5:55 PM

ଭୁବନେଶ୍ୱର ୭/୧୦ : ୨୦୧୯ ଲଢ଼େଇ ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସମର ସଜ୍ଜା କରଛି । ସଙ୍ଗଠନକୁ ମଜବୁତ କରିବା ସହ ରାଜ୍ୟସରକାରଙ୍କ ସହ ବିରୋଧରେ ବହୁଥିବା ଦୁର୍ନୀତିକୁ କେନ୍ଦ୍ର କରି ଗାଁ ଗାଁ ବୁଲି ଲୋକଙ୍କୁ ଜାଗରଣ କରିବା ସହ ବ୍ୟାପକ ଆନ୍ଦୋଳନ କରିବାକୁ ରଣନୀତି ଚୂଡାନ୍ତ କରୁଥିବାବେଳେ ବାହାରେ ଜଣକ ପରେ ଜଣେ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଆଉ ଯାହାର ମୁହଁ ତୋଡ ଜବାବ ରଖିଥିଲା ବିଜେଡି…
ବିଜେପି କାର୍ଯ୍ୟକାରିଣୀ ଯେତିକି ଫୋକସ ନଥିଲା ରାଜନୈତିକ ଦୋଷରୋପ ତାଠୁ ଅଧିକ ଫୋକସ ଥିଲା। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ବିଜେଡି ଟାର୍ଗେଟ କରି ବର୍ଷିଥିବା ବେଳେ ବିଜେଡି ଦେଇଥିଲା ମୁହଁ ତୋଡ ଜବାବ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଯୋଗ ଦେବା ପରେ ବିଜେଡି ସରକାର ଉପରେ ବର୍ଷିଥିଲେ ସ୍ମୃତି। ମହିଳାଙ୍କୁ ସୁରକ୍ଷା ଦେବାରେ ସରାକର ଫେଲ ମାରିଛନ୍ତି। କୁପୋଷଣରେ ଓଡିଶା ନମ୍ବର ଓ୍ବାନ। ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶୀକାର ହୋଇଛନ୍ତି। ଏକଥା ଖୋଦ ବିଧାନ ସଭାରେ ସରକାର ମାନିଛନ୍ତି। ରାଜନୈତିକ ଉଦେଶ୍ୟ ରଖି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିନାହାନ୍ତି। ଓଟିଏମ ପୁନଃଉଦ୍ଧାର କରିବାକୁ ସରକାର ଚାହୁଁନାହାନ୍ତି। ସରାକର ପ୍ରସ୍ତାବ ଦେଲେ କେନ୍ଦ୍ର ସରାକର ଓଟିଏମର ପୁନଃ ଉଦ୍ଧାର କରିବେ। ସରାକର ଚାହୁ ନାହାନ୍ତି ପେଟ୍ରୋଲ ଡିଜେଲ ଦର ବୋଝରୁ ସାଧରଣ ଲୋକେ ନିସ୍ତାର ପାଅନ୍ତୁ। ଏଭଳି ଢ଼ଙ୍ଗରେ ଆଜି ସ୍ମୃତି ଇରାନି ବିଜେଡି ଉପରକୁ ଟାର୍ଗେଟ କରିଥିବାବେଳେ ଏହାର ମୁହଁତୋଡ ଜବାବ ଦେଇଛି ବିଜେଡି । ବିଜେପି ଶାସିତ ରାଜ୍ୟ ମାନଙ୍କୁ ପ୍ରଥମେ ଦେଖନ୍ତୁ। ସେଠି ନାରୀ ନିର୍ଯ୍ୟାତନା ଅଧିକ ।ଯେଉଁଥିରେ ବିଜେପି ନେତା ଓ କର୍ମୀ ମାନେ ସମ୍ପୃକ୍ତ ଅଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟଣ ଯୋଜନାକୁ ନେଇ କେନ୍ଦ୍ରୟ ନେତା ମାନେ ଭୟଭୀତ ଅଛନ୍ତି। ସେଥିପାଇ ବାରମ୍ଭାର ଏକଥା ଉଠାଉଛନ୍ତି। ନିର୍ବାଚନ ଆସିଲେ ବିଜେପିର ତେଲ ଦର କମାଇବା କଥା ମନେପଡେ ବୋଲି କହିଛନ୍ତି ବିଜେଡି ମୁଖ ପାତ୍ର ସସ୍ମିତ ପାତ୍ର।
ବିଜେପି କାର୍ଯ୍ୟକାରିଣୀରେ ୨୦୧୯ ନିର୍ବାଚନରେ ୧୨୦ ପ୍ଲସ ଲକ୍ଷ୍ୟ ହାସଲ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ଏହ ସହ ରାଜ୍ୟ ସରାକର ବିରୋଧରେ ଲଢ଼େଇ ପାଇଁ ସମର ସଜ୍ଜା କରିଛି ବିଜେପି। ସାଙ୍ଗଠନିକ ପ୍ରସ୍ତାବ ସହ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ରାଜନୈତିକ ଚିଠା ପ୍ରସ୍ତାବରେ ୫ଟି ରାଜ୍ୟସରକାରଙ୍କ ପ୍ରତରାଣା ଏବଂ ୧୦ଟି ମେଘା ଦୁର୍ନୀତି ପ୍ରସ୍ତାବ ପାରିତ ହୋଇଛି। ଖାଦ୍ୟ ସୁାରକ୍ଷା ଯୋଜନା, ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ, ଆୟୁଷ୍ମାନ ଯୋଜନା ଲାଗୁ ନକରିବା, ପୁରୁଣା ଏସଏଚଜିକୁ ବାତିଲ କରି ନୂଆ ଏସଏଚଜିମାନଙ୍କୁ ଅର୍ଥ ପ୍ରଦାନ କରି ରାଜ୍ୟବାସୀଙ୍କୁ ପ୍ରତାରଣା କରାଯାଇଛି। ଏହସହ ୧୦ ମେଘା ଦୁର୍ନୀତି ପାଣି, ଖଣି,ବାଲି, ଛତୁ, ଛାରା, ସମବାୟ, ପିସି କାରବାର ଭଳି ବିଭିନି ଦୁର୍ନୀତିକୁ ନେଇ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେପି । ଗାଁ ଗାଁ ବୁଲି ଜାଗରଣ ସୃଷ୍ଟି କରିବ ସହ ବ୍ୟାପକ ଆନ୍ଦୋଳନ କରିବ ବିଜେପି।