ସ୍ମୃତି ଇରାନୀ କାହିଁକି ଓ କେଉଁଠି କହିଲେ, “ଇଣ୍ଡିଆ ଓ୍ବାଲି ଇରାନୀ”

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୦୨: ନିଜର ନାମର ଶେଷ ଅକ୍ଷରକୁ ନେଇ ଦେଖାଦେଇଥିବା ବିବାଦକୁ ନେଇ ମୁହାଁ ଖୋଲିଛନ୍ତି ସ୍ମୃତି ଇରାନୀ । ସେ ଭାରତୀୟ ଇରାନୀ ବୋଲି କହିଛନ୍ତି । ଉତ୍ତରପ୍ରଦେଶ ରାଜଧାନୀରେ ଏକ ସଭାରେ ଯୋଗଦେଇ ଘଟଣାସମ୍ପର୍କରେ ମୁହାଁ ଖୋଲିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତୀ ଇରାନୀ ।

ଶନିବାର ଦିନ ଲକ୍ଷ୍ନୌରେ ଆୟୋଜିତ ଏକା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରୀୟ ମନ୍ତ୍ରୀ । କିଛି ଦିନ ତଳେ କୌଣସି କାମରେ ବିଦେଶ ଯାଇଥିଲେ । କିନ୍ତୁ ବିମାନବନ୍ଦରରେ ତାଙ୍କ ଅଟକାଯାଇଥିଲା । ଏବଂ ତାଙ୍କ ନାମରେ ଶେଷରେ ଥିବା ଇରାନୀଙ୍କୁ ନେଇ ପ୍ରଶ୍ନ କରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ । ସ୍ମୃତି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, “ସେ ଭାରତୀୟ ଇରାନୀ” ବୋଲି କହିଥିଲେ ।

କେନ୍ଦ୍ରୀୟ କପଡା ମନ୍ତ୍ରୀ ୨୦୧୯ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଅମେଠି ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିଲେ । ନିର୍ବାଚନରେ ନିଜର ପାରିବାରିକ ଗଡରୁ ରାହୁଲ ଗାନ୍ଧୀଙ୍କୁ ବିପୁଳ ପରିମାଣ ଭୋଟରେ ପରାସ୍ତ କରିଥିଲେ ସ୍ମୃତି ଇରାନୀ । ଏହାପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କୁ ୧ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।  କିନ୍ତୁ ୨୦୧୪ର ପରାଜୟ ସ୍ମୃତି ୨୦୧୯ରେ ନେଲେ ବୋଲି ସାଧାରଣରେ ଚର୍ଚ୍ଚ ହୁଏ । ତେବେ ୨୦୧୯ ନିର୍ବାଚନରେ ବିଜୟୀ ମୋର ନୁହଂ, ବରଂ ଏହା ସାଧାରଣ ଲୋକଙ୍କ ବିଜୟ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.