ଏକତା କପୁରଙ୍କ ପୁଅକୁ ଭେଟିଲେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ, ତା’ପରେ କଣ ହେଲା ଜାଣନ୍ତୁ…

Published By : Prameya-News7 Bureau | October 23, 2019 IST

ନିର୍ଦ୍ଦେଶକ-ପ୍ରଯୋଜକ ଏକତା କପୁର ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମ୍ପର୍କ ବହୁତ ପୂର୍ବରୁ ରହିଛି। ଉଭୟ ପରସ୍ପରଙ୍କର ଭଲ ବନ୍ଧୁ। ଅନେକ କାର୍ଯ୍ୟକ୍ରମରେ ଏକତା ଓ ସ୍ମୃତି ଏକା ସହ ନଜର ଆସନ୍ତି। ହେଲେ ନିକଟରେ ଉଭୟ ଏକା ସହ ନଜର ଆସିଛନ୍ତି ଯାହା ଭାଇରାଲ ହୋଇଛି। ଏକତା ନିଜ ପୁଅ ସହ ସ୍ମୃତିଙ୍କର ଗୋଟେ ଭିଡିଓ ଇନ୍‌ଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି। ଭିଡିଓରେ ଏକତାଙ୍କ ପୁଅକୁ ସ୍ମୃତି କାହାଣୀ ଶୁଣାଉଛନ୍ତି। ଏହା ସହ ସ୍ମୃତିଙ୍କୁ ଭିଡିଓରେ ଏକତା ପଚାରିଛନ୍ତି ଯେ, ନିଜ ସହ ଏମିତି କେତେ ବହି ନେଇ ଆସିଛନ୍ତି ଯାହା ପଢି ତାଙ୍କ ପୁଅ ବୁଦ୍ଧିମାନ ହେବ।

{"id":173631}

ଏକତା “ମୌସି ଡ୍ୟୁଟି” କ୍ୟାପସନ ଦେଇ ଭିଡିଓ ପୋଷ୍ଟ କରିଛନ୍ତି। ଏକତା ଗତ ବର୍ଷ ଜାନୁଆରୀ ମାସରେ ସରୋଗେସି ଦ୍ବାରା ମାଆ ହୋଇଥିଲେ। ଏକ ସାକ୍ଷାତକାରରେ ଏକତା କହିଛନ୍ତି ଯେ, ବହୁତ ଆଗରୁ ତାଙ୍କର ମାଆ ହେବାର ଇଚ୍ଛା ଥିଲା। ହେଲେ କିଛି ମେଡିକାଲ ସମସ୍ୟା ପାଇଁ ସେ ମାଆ ହୋଇପାରୁନଥିଲେ।

{"id":173632}

ଏକତା ଓ ସ୍ମୃତି ପରସ୍ପରଙ୍କୁ ପାଖାପାଖି ୧୮-୧୯ ବର୍ଷ ହେବ ଜାଣିଛନ୍ତି। ସ୍ମୃତି ପୂର୍ବରୁ ଏକତା କପୁର ପ୍ରଡକ୍ସନ ହାଉସ “ବାଲାଜି ଟେଲିଫିଲ୍ମ”ଶୋ- କ୍ୟୋଁକି ଶାସ ଭି କଭି ବହୂ ଥିରେ ଏକା ସହ କାମ କରିଛନ୍ତି। ଏହି ଶୋ’ ର ନିର୍ଦ୍ଦେଶକ ଏକତା କପୁର ଥିଲେ। ଏହି ଧାରାବାହିକରେ ସ୍ମୃତିଙ୍କ ନାଁ “ତୁଳସୀ” ଥିଲା।

{"id":173633,"width":596,"height":470}

ତାଙ୍କ ଅଭିନୟ ଯୋଗୁଁ ଏହି ଧାରାବାହିକ ମାଧ୍ୟମରେ ସେ ଘରେ ଘରେ ପରିଚିତ ଥିଲେ। ସ୍ମୃତିଙ୍କୁ ଜଣେ ଭଲ ଅଭିନେତ୍ରୀର ପରିଚୟ ମିଳିଥିଲା। ଅବଶ୍ୟ ଏବେ ଏକତା ଓ ସ୍ମୃତିଙ୍କ ୱାର୍କ ଫିଲ୍ଡ ଅଲଗା ଓ ଦୁହେଁ ନିଜ ନିଜ ଫିଲ୍ଡରେ ବ୍ୟସ୍ତ ଅଛନ୍ତି। ହେଲେ ଉଭୟଙ୍କ ବନ୍ଧୁତାରେ କୌଣସି ପରିବର୍ତ୍ତନ ଆସିନାହିଁ।

wp:core-embed/instagram {"url":"https://www.instagram.com/p/B36oxbaCdsp/","type":"rich","providerNameSlug":"instagram","className":""}
https://www.instagram.com/p/B36oxbaCdsp/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.